Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 24/07/2025, ବିକ୍ରମ ଓଡ଼ିଶା ନିୟୁଜ: ହରମଣି ଦେବୀ ପବ୍ଲିକ ସ୍କୁଲ,ଦରିୟା କୁଳର ହସ... ପୁରସ୍କୃତ ହେଲେ, ପ୍ରିୟଙ୍କା ଆଉ ଆୟୁସ୍ମାନ |~~~~~~~~~~~~~~~

ଜଗତସିଂହପୁର 24/7/2025(ସରୋଜ ନାୟକ ଙ୍କ ରିପୋର୍ଟ )ଏରସମା ବ୍ଲକ ପଞ୍ଚପାଲି ନିକଟରେ ଗାରଡ଼ମଲ ଗାଁ |,, ଜଣେ ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମରେ ହରମଣି ଦେବୀ ପବ୍ଲିକ ସ୍କୁଲ ନାମରେ ଏକ ଶିକ୍ଷାନୁଷ୍ଠାନ ସ୍ଥାପନ ହୋଇଛି |ଏହା ସରକାରୀ ଅନୁଷ୍ଠାନ ନୁହେଁ!|ସ୍ଥାନୀୟ ଲୋକଙ୍କ ଦ୍ୱାରା ଗଠିତ ପରିଚାଳନା କମିଟି ଦ୍ୱାରା ପରିଚାଳିତ |ବିଦ୍ୟାଳୟର ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ |ହେଲେ ଏହି ଅନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଉତ୍ତମ ଶିକ୍ଷାଦାନ ଦ୍ୱାରା, ଛାତ୍ର, ଛାତ୍ରୀ ମାନେ ନିୟମିତ ସଫଳତା ପାଉଛନ୍ତି |,2024ଓ 2025ଶିକ୍ଷାବର୍ଷ ରେ ହୋଇଥିବା ରାଜ୍ୟସ୍ତରୀୟ ମେଧାବୃତ୍ତି ପରୀକ୍ଷା ରେ ତୃତୀୟ ଶ୍ରେଣୀ ରୁ ପ୍ରିୟଙ୍କା ମଲ୍ଲିକ, ପଞ୍ଚମ ଶ୍ରେଣୀ ରୁ ଆୟୁସ୍ମାନ ବେହେରା କୃତିତ୍ୱ ହାସଲ କରି, ଭାରତୀୟ ଶିକ୍ଷାପରିଷଦ ଦ୍ୱାରା ସମ୍ମାନିତ ହୋଉଛନ୍ତି |ଅନେକ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟ ରେ ପଢିବାପାଇଁ ଯୋଗ୍ୟ ହୋଇଛନ୍ତି |ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରତିଷ୍ଠାତା. ବୀରକିଶୋର ବାରିକ, ସଭାପତି.. ସନାତନ ଜେନା, ସମ୍ପାଦକ ଶିଶିର କୁମାର ମହାନ୍ତି, କାର୍ଯ୍ୟରତ ଶିକ୍ଷୟତ୍ରୀ ଓ ଶିକ୍ଷକ ମନକୁ ସାଧୁବାଦ ଜଣାଇଛନ୍ତି |ଓଡିଶା ଅଭିଵାବକ ମହାସଂଘର ରାଜ୍ୟଉପସଭାପତି. ଡକ୍ଟର ଧୃତିଧର ଦାସ ଶିକ୍ଷୟତ୍ରୀ ମାନଙ୍କ ମଙ୍ଗଳ କାମନା କରିଛନ୍ତି |