Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବିଶିଷ୍ଟ ସମାଜସେବୀ √ଗଗନ ବିହାରୀ ପୃଷ୍ଟିଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା 2

ତିର୍ତୋଲ, 17/06/2025, ବିକ୍ରମ ଓଡ଼ିଶା ନିୟୁଜ: ବିଶିଷ୍ଟ ସମାଜସେବୀ √ଗଗନ ବିହାରୀ ପୃଷ୍ଟିଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭାତିର୍ତ୍ତୋଲ-୧୭/୬-(ରିପୋର୍ଟ-ଟୁକନ ସେଠୀ)-ବିଶିଷ୍ଟ ସମାଜସେବୀ ତଥା ସେବାନିବୃତ୍ତ ଇଂ ଗଗନ ବିହାରୀ ପୃଷ୍ଟିଙ୍କ ମରଣୋତ୍ତର ଏକାଦଶାହ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ତାଙ୍କର ଜନ୍ମସ୍ଥାନ ସିରସ୍ତା ଗ୍ରାମରେ ତାଙ୍କର ସୁପୁତ୍ର, ପୁତ୍ରବଧୂ ତଥା ଆତ୍ମୀୟ ସ୍ଵଜନଙ୍କ ଦ୍ୱାରା ସାଗ୍ରହ ଭାବେ ସମାହିତ ହେଲା। ଏହି ଅବସରରେ ପ୍ରଥମେ ତାଙ୍କ ଇଷ୍ଟଦେବ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଭଜନ ସମାରୋହ ତିର୍ତ୍ତୋଲ ମଣ୍ଡଳ ଦ୍ୱାରା ପରିବେଷିତ ହୋଇଥିଲା। ତତ୍ ପରେ ପଣ୍ଡିତ ଡ଼ଃ ସିଦ୍ଧେଶ୍ୱର ପଣ୍ଡାଙ୍କ ପରିଚାଳନାରେ ସ୍ମୃତିଚାରଣ ସଭା ପରିଚାଳିତ ହେବା ସହ ପାରାଦ୍ଵୀପ ପୌରପରିଷଦର ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ ବିଶ୍ଵାଳ ମହୋଦୟ ସଭାପତିତ୍ବ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ମହାନ୍ତି, ଅକ୍ଷୟ କୁମାର ଦାସ, ବିକ୍ରମ ମହାନ୍ତି, ସୁଢ଼ଳ ସ୍ଵାଇଁ, ଲିଲିମା ମହାପାତ୍ର, ରାମାୟଣୀ ପଣ୍ଡିତ ବୁଲୁନନା, ପଣ୍ଡିତ ବାସବାନନ୍ଦ, ଅଧ୍ୟାପକ ଚିତ୍ତରଞ୍ଜନ ଜେନା, ଉଦୟନାଥ ଚୌଧୁରୀ, ଗଙ୍ଗାଧର ପରିଡ଼ା, ଅନ୍ତେଇ ପଞ୍ଚାୟତର ସରପଞ୍ଚ ସଞ୍ଜୟ କୁମାର ସେବୀ, ବିଶିଷ୍ଟ ସମାଜସେବୀ ଡ଼ ସୁନାକର ବେହେରା, ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ବିଜୟ କୁମାର ଦାସ, ପୋତାନଇର ଗ୍ରା. ପ ର ସମିତି ସଭ୍ୟ ସତ୍ୟବାନ୍ ମୁଦୁଲି, କୈଳାସ ଚନ୍ଦ୍ର ସ୍ଵାଇଁ, ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ସମ୍ବିତ ରାଉତରାୟ,ତିର୍ତ୍ତୋଲ ସାମ୍ବାଦିକ ସଙ୍ଘ ସଭାପତି ତଥା ତିର୍ତ୍ତୋଲ ବାର ଆସୋସିଏସନ ଉପ-ସଭାପତି ଟୁକନ ଚରଣ ସେଠୀ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଗଗନ ବିହାରୀ ପୃଷ୍ଟିଙ୍କ ବହୁମୁଖୀ ପ୍ରତିଭା ତଥା ସମାଜ କଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ସ୍ମୃତି ଚାରଣ କରିଥିଲେ। ପ୍ରଥମେ ଦିବଂଗତ ଆତ୍ମାଙ୍କ ଜ୍ୟେଷ୍ଠପୁତ୍ର ସ୍ମୃତିରଞ୍ଜନ ପୃଷ୍ଟି ଓ ପୁତ୍ରବଧୂ ଡ଼ଃ ଦୀପ୍ତି ସାହୁ ପ୍ରଥମେ ସୋକାଭିଭୂତ ବାଷ୍ପାକୂଳିତ କଣ୍ଠରେ ବାପାଙ୍କର ସ୍ମୃତିଚାରଣ କରି ବାପାଙ୍କର ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ କଥା ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଙ୍କର ପୁତ୍ର ତୃପ୍ତିରଞ୍ଜନ ପୃଷ୍ଟି, ଚିତ୍ତରଞ୍ଜନ ପୃଷ୍ଟି, ପ୍ରଭାତ ରଂଜନ ପୃଷ୍ଟି, ପୁତ୍ରବଧୂ ନଳିନୀ ପ୍ରଭା ସାହୁ, ମିନାକ୍ଷୀ ପୃଷ୍ଟି, ନାତି/ନାତୁଣୀ ପିଲୁ, କୁଲୁ, ସାଇ, ଗୁଡୁ, ଝିଅ ଜୟଶ୍ରୀ ପୃଷ୍ଟି ଜ୍ବାଇଁ ଆଦିତ୍ୟ ପାତ୍ର ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ପଂକ୍ତି ଭୋଜନକୁ ପରିଚାଳନା କରିଥିଲେ। ପଣ୍ଡିତ ଡ଼ ପଣ୍ଡାଙ୍କ ଦ୍ୱାରା ଶ୍ରୀମଦ୍ ଭଗବତ ଗୀତାର ପଞ୍ଚଦଶ ଅଧ୍ୟାୟ ପାଠ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସଭା ସାଙ୍ଗ କରାଗଲା।
Article Image
Article Image