Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 24/07/2025, ବିକ୍ରମ ଓଡ଼ିଶା ନିୟୁଜ: ଜିଲ୍ଲା କଂଗ୍ରେସ ପକ୍ଷରୁ ସୌମ୍ୟଶ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି।ଜଗତସିଂହପୁର

ତା=24/7/25ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏଫ.ଏମ୍ କଲେଜ ମୃତ୍ୟୁ ଛାତ୍ରୀ ସୌମଶ୍ରୀ ବିଶି ଙ୍କ ଏକାଦଶାହ ଉପଲକ୍ଷେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଓ ସ୍ଵାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏକ ମିନିଟ୍ ନିରବ ପ୍ରାର୍ଥନା ଓ ଦୀପଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ସର୍ବେଶ୍ଵର ପଣ୍ଡା, ପ୍ରସନ୍ନ କୁମାର ସାମନ୍ତରାୟ, ସରପଞ୍ଚ ପ୍ରମୋଦ କୁମାର ସାହୁ,ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ କେଦାର ଦଳେଇ, ଯୁବ ନେତା ମନୋଜ କୁମାର ମହାପାତ୍ର,ଯୁବ ନେତା ସତ୍ୟବ୍ରତ ଦାସ,ଛାତ୍ର ନେତା କୃଷ୍ଣଚନ୍ଦ୍ର ପ୍ରଧାନ, ସୌମ୍ୟରଞ୍ଜନ ମହାନ୍ତି ପ୍ରମୁଖଯୋଗଦେଇ ସୌମ୍ୟଶ୍ରୀ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସ୍ବାମୀ ବିବେକାନନ୍ଦ ସ୍ମାରକ ସ୍ଵଂୟ ଶାସିତ ମହାବିଦ୍ୟାଳୟ ର ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ।ଜଗତସିଂହପୁର ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ସୌମ୍ୟାଶ୍ରୀ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲେ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ