Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଭୁବନେଶ୍ୱର, 24/07/2025, ବିକ୍ରମ ଓଡ଼ିଶା ନିୟୁଜ: ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଦେଲେ ଏମିତି କଥା…

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ )ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ । ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି।ଅନାସ୍ଥା ପ୍ରସ୍ତାବରେ ନିଜେ କ୍ଷତାକ୍ତ ହେବେ ବିରୋଧୀ । ଅନାସ୍ଥା ପ୍ରସ୍ତାବ ସେମାନଙ୍କ ପାଇଁ ବୁମେରାଂ ହେବ।ବିରୋଧୀ ଅନାସ୍ଥା ଆଣିପାରିବେ, ହେଲେ ହୋମୱାର୍କ କରନ୍ତୁ। ବିଜେଡି, କଂଗ୍ରେସ ୪୦ ବର୍ଷର ହିସାବ ନେଇକି ଆସନ୍ତୁ। ଆମେ ଗୋଟିଏ ବର୍ଷର ହିସାବ ଦେବୁ। ସେମାନେ ଲମ୍ବା ସମୟରେ କଣ କରିଛନ୍ତି, ଆମେ ବର୍ଷକରେ କଣ କରିଛୁ ସେନେଇ ଆମେ ହିସାବ ଦେବୁ ବୋଲି କହିଛନ୍ତି ମନ୍ତ୍ରୀ।ରାଜ୍ୟପାଳଙ୍କ ଭୂମିକା ବିଷୟରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ। ସେ କହିଛନ୍ତି, ପ୍ରୋଟୋକଲ୍ ପରିଧି ବାହାରକୁ ଆସି ସାଧାରଣ ଲୋକଙ୍କ ସହ କଥା ହେଉଛନ୍ତି ରାଜ୍ୟପାଳ। କେବଳ ସରକାରୀ ଦଳ ନୁହେଁ ଆଗକୁ ବିରୋଧୀ ଦଳ ନେତା ଏବଂ ବିଧାୟକଙ୍କ ସହ ଆଲୋଚନା କରିବେ। ପୂର୍ବ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଲୋକଙ୍କ ସହ ମିଶୁଥିଲେ। ଏବେର ରାଜ୍ୟପାଳ ଲୋକଙ୍କ ସହ ଯୋଡି ହେବା ଏବଂ ସମସ୍ୟା ସମାଧାନ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସିଧାସଳଖ ମନ୍ତ୍ରୀ ଅଧିକାରୀଙ୍କ ସହ ସାକ୍ଷାତ କରି ସମୀକ୍ଷା ଆଲୋଚନା କରୁଛନ୍ତି। ବିଧାୟକଙ୍କୁ ଡାକି ମଧ୍ୟ ନିର୍ବାଚନ ମଣ୍ଡଳୀ କଥା ଆଲୋଚନା କରୁଛନ୍ତି। କେବଳ କାଗଜ ପତ୍ର ନୁହେଁ ଗ୍ରାଉଣ୍ଡରେ କେମିତି ଲୋକଙ୍କ କାମ ହେବ ସେ ଦିଗରେ ରାଜ୍ୟପାଳ ଅଧିକ ଗୁରୁତ୍ଵ ଦେଉଛନ୍ତି।