Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ପୁରୀ /ନୁଆଁ ଦିଲ୍ଲୀ, 24/07/2025, ବିକ୍ରମ ଓଡ଼ିଶା ନିୟୁଜ: ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ପାଖରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍
ପୁରୀ /ନୁଆଁ ଦିଲ୍ଲୀ :(ସମୀର ରଞ୍ଜନ ନାୟକ )ଦିଲ୍ଲୀ ଏମ୍ସରେ ପହଞ୍ଚିଲା କ୍ରାଇମ୍ବ୍ରାଞ୍ଚର ୨ ଜଣିଆ ଟିମ୍କ୍ରାଇମବ୍ରାଞ୍ଚ ପହଞ୍ଚିଥିବା ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ସୂଚନା-ଘଟଣା ପଛର କାରଣ ଓ ଏଥିରେ କେଉଁମାନେ ସମ୍ପୃକ୍ତ ତାହା ସ୍ପଷ୍ଟ ହୋଇନାହିଁସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଲେ ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇପାରେ ତେବେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଟିମ୍। ପୀଡ଼ିତାଙ୍କ ବାପା ଓ ଭାଇ ସେଠାରେ ଥିବାରୁ ପଚରାଉଚରା କରିପାରନ୍ତି । ଏପର୍ଯ୍ୟନ୍ତ ଘଟଣାରେ କେଉଁମାନେ ସମ୍ପୃକ୍ତ ତାହା ସ୍ପଷ୍ଟ ହୋଇପାରିନି ।ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର ହୋଇଛି । ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାର ହୋଇଛି । ଦିଲ୍ଲୀ ଏମ୍ସରେ ଭର୍ତ୍ତି ଅଛନ୍ତି ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତା । ତେବେ ପୀଡ଼ିତାଙ୍କ ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାର କରାଯାଇଥିବା ନେଇ ଏମ୍ସ ଦିଲ୍ଲୀ ପକ୍ଷରୁ ସୂଚନା ଦିଆଯାଇଛି।