Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କୁଜଙ୍ଗ ବ୍ଲକ ଅଙ୍ଗନ ବାଡି଼ରେନିନ୍ମ ମାନର ଛତୁଆ ବଣ୍ଟନ 1

କୁଜଙ୍ଗ, 25/07/2025, ବିକ୍ରମ ଓଡ଼ିଶା ନିୟୁଜ: କୁଜଙ୍ଗ ବ୍ଲକ ଅଙ୍ଗନ ବାଡି଼ରେନିନ୍ମ ମାନର ଛତୁଆ ବଣ୍ଟନ
Article Image
କୁଜଙ୍ଗ ୨୪/୦୭
Article Image
କୁଜଙ୍ଗ ବ୍ଲକ ରେ ନିନ୍ମ ମାନର ଛତୁଆ ଅଙ୍ଗନ ବାଡ଼ି କୁ ଦିଆ ଯାଉଥିବା ଅଭିଯୋଗ ହେଉଛି,ଯାହାକୁ ଶିଶୁ ମାନେ ଖାଇବାକୁ ଅମଙ୍ଗ ହେଉଛନ୍ତି, କୁଜଙ୍ଗ ବ୍ଲକରେଏହି ଶିଶୁ ଖାଦ୍ୟ ପ୍ରସ୍ତୁତ ଏଜେନ୍ସି ମନ ମୁଖୀରେ ପ୍ରସ୍ତୁତ କରୁଛି ଛତୁଆ,ଅନେକ ପ୍ୟାକେଟ ରୁ ବାଳ ବାହାରୁ ଥିବା ହିତାଧିକାରୀ ମାନେ ଅଙ୍ଗନ ବାଡ଼ି ଦିଦିଙ୍କୁ ଅଭିଯୋଗ କରୁଥିବା ଦେଖା ଯାଇଛି, ସେହିପରି କିଶୋରୀବାଳିକା ଙ୍କ ନିମନ୍ତେ ମିଳୁଥିବା ବୁଟ ଭଜା ବି ନିନ୍ମ ମାନର, ଅଧିକାଂଶ ବରଗଡ଼ିଆ ବାହାରୁଛି, ଅର୍ଥାତ 60%ଖରାପ ରହୁଥିବା ଦେଖା ଯାଇଛି, ପ୍ରତି କିଶୋରୀ ବାଳିକାକୁମାସକୁ ୧୬ଟା ଲେଖାଏ ଅଣ୍ଡା ଦିଆଯିବା କଥା ମାତ୍ର ଅଣ୍ଡା ମିଳୁଛି ୧୪ଟା, ଏ ସମ୍ପର୍କରେ ଅଙ୍ଗନ ବାଡ଼ି ଦିଦିଙ୍କୁ ପଚାରିବାରୁ ଦିଦି କହୁଛନ୍ତିସପ୍ଲାୟର 2ଟା ଲେଖାଏ ଅଣ୍ଡା କାଟି କରି ଦେଉଛି,ସରକାର ବଦଳିବା ପରେ ନୂଆ ସରକାର ବ୍ଲକରେ ନୂଆ ଏଜେନ୍ସିନିଯୁକ୍ତ କରିଛି ଅଙ୍ଗନ ବାଡ଼ି ମାନଙ୍କୁଛତୁଆ, ଅଣ୍ଡା, ବୁଟ ଓ ଅନେକ ଶିଶୁଖଦ୍ୟ ବଣ୍ଟନ ଦାଇତ୍ୱ ରେ ରହିଥିବା ଏଜେନ୍ସି ଓ ସିଡିପିଓ ଙ୍କ ସଲା ସୁତୁରାରେ ଏପରି ଠକେଇ ଚାଲିଛିବୋଲି ଶୁଣିବାକୁ ମିଳୁଛି, ତେବେ କୁଜଙ୍ଗ ବ୍ଲକ ରେ ପ୍ରସ୍ତୁତ ଶିଶୁ ଖାଦ୍ୟ ର ମାନ ସଠିକ ଯାଞ୍ଚ ହେଉନଥିବାଅଭିଯୋଗ ଆସିଛି, ଫଳରେ ଅନେକ ଶିଶୁ ଖାଦ୍ୟ ଖାଇବା ପରେପେଟ ରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଅଭି ଭାବକ ମାନେ ଅଙ୍ଗନ ବାଡିରୁ ଛତୁଆ ନେଇ ଗୋରୁ ଙ୍କୁ ଖାଇବାକୁ ଦେଉଛନ୍ତି, ତେବେ କେବେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବାକୁ ବାକି ରହିଲା,ଶ୍ରୀବତ୍ସ ପାଢ଼ୀଙ୍କ ରିପୋଟ