Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କୁଜଙ୍ଗ , 17/06/2025, ବିକ୍ରମ ଓଡ଼ିଶା ନିୟୁଜ: ଦୁଆଡିଆ ବାଲିସାହି ରେ ରଜ ଉତ୍ସବ ପାଳନ କରାଯାଇଅଛି, ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଧୀନ ଗୋପିଆକୁଦ ଗ୍ରାମ ପଞ୍ଚାୟତ ରେ ଥିବା ଦୁଆଡ଼ିଆ ବାଲିସାହି ରେ ଥିବା ମା ଗଙ୍ଗା ଦେବୀ ୟୁଥ କ୍ଲୁବ ତରଫରୁ ତିନି ଦିନ ଧରି ବଡ ଧୂମ୍ ଧାମରେ ରଜ ଉତ୍ସବ ପାଳନ କରାଯାଇଅଛି,ପ୍ରଥମ ଦିବସରେ ଏହି କାର୍ଯ୍ୟକ୍ରମ କୁ ଗାଁ ର ମୁରବି ଶ୍ରୀଯୁକ୍ତ ଲକ୍ଷ୍ମଣ ବେହେରା ଉଦ୍ଘାଟନ କରିଥିଲେ, ଶେଷ ଦିବସ ରେ କମିଟି ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା, ଏହି ସଭାରେ ମୁଖ୍ୟ ଅତିଥି ହେଲେ ପଂଚାୟତ ର ଯୁବ ସରପଞ୍ଚ ଶ୍ରୀଯୁକ୍ତ ଶ୍ରୀନିବାସ ସ୍ୱାଇଁ ଓ ଦୀପ୍ତି ଭାନୁ ପାଣି , ସଂମାନୀତ ଅତିଥି ଗଣ ହେଲେ ଗାଁର ମୁରବି ଲକ୍ଷ୍ମଣ ବେହେରା /ଉପଦେଷ୍ଟା ମଥୁରା ନନ୍ଦ ତରାଇ କମିଟି ର ସଭାପତି ଅଭିନାଶ ସାମଲ /ସମ୍ପାଦକ ବିକ୍ରମ ତରାଇ /ବବି ରାଉତ /ଗୋପବନ୍ଧୁ ପରିଡା /ତରଣୀ ସେନ ରାଉତ /ମହେଶ୍ୱର ତରାଇ /ବିଜୟ ବେହେରା /ଗଜେନ୍ଦ୍ର ପରିଡା /ଆଲୋକ ରାଉତ /ଦିଲ୍ଲୀପ ଦଳାଇ/ହିରଣ୍ୟ ମାଝୀ ପ୍ରମୁଖ ଯୋଗ ଦେଇଥିଲେ, ଅତିଥି ମାନଙ୍କୁ ମଞ୍ଚରେ ପୁଷ୍ପ ଗୋଛ ଓ ଉତ୍ତରୀୟ ଦେଇ ସଂମାନୀତ କରାଯାଇଥିଲା, ମୁଖ୍ୟ ଅତିଥି ଶ୍ରୀନିବାସ ସ୍ୱାଇଁ ତାଙ୍କ ବକ୍ତ୍ୟବ ରେ ରଜ ଉତ୍ସବ ଓ ଗାଁ ର ଉର୍ନତି ବିଷୟରେ କହିଥିଲେ ଓ ଦୀପ୍ତି ଭାନୁ ପାଣି ସ୍ୱାଗତ ଭାଷଣ ଦେଇଥିଲେ, ଏହି ସଭାର ସଭାପତିତ୍ୱ କରିଥିଲେ ଆଲୋକ ରାଉତ ସହିତ ମଞ୍ଚ ପରିଚାଳନା କରିଥିଲେ ପପୁନି ସାର,ଏହି କାର୍ଯ୍ୟକ୍ରମ ତିନିଦିନ ଧରି ବିଭିନ୍ନ ପ୍ରକାର ଖେଳ କୁଦ ର ପ୍ରତିଯୋଗିତା ସହିତ ସନ୍ଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଥିଲେ ମହିଳା ଓ ଅଞ୍ଚଳ ବାସି, ପ୍ରତିଯୋଗିତା ରେ ବିଜୟ ଲାଭ କରିଥିବା ବେକ୍ତି ମାନଙ୍କୁ ଉଯାପନ ଦିବସରେ ସଂମାନୀତ ସହିତ ପୁରସ୍କାର ଦିଆଯାଇଥିଲା, ଓଡ଼ିଶାର ପୁରାତନ ପରମ୍ପରା କୁ ମା ଗଙ୍ଗା ଦେବୀ ୟୁଥ କ୍ଲୁବ ର ସଭାପତି ଅଭିନାଶ ସାମଲ ସହିତ କର୍ମକର୍ତା ଓ ମହିଳା ସଦସ୍ୟ ଗଣ ହେଲେ ଝିଲି ରାଣୀ ତରାଇ /କଲ୍ୟାଣୀ ତରାଇ /ଲିସାରଣୀ ଦଳାଇ /ରଶ୍ମିତା ସାମଲ /ସଂଗୀତା ଦଳାଇ /ମୋତି ତରାଇ /ସେବତୀ ସାମଲ ଆୟୋଜନ କରିଥିବାରୁ ବୁଦ୍ଧିଜୀବୀ ଗଣ ପ୍ରଶଂସା କରିଛନ୍ତି,

