Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 25/07/2025, ବିକ୍ରମ ଓଡ଼ିଶା ନିୟୁଜ: ସନ୍ଦେହ ଜନକ ଭାବେ ଘରେ ଲାଗିଲା ନିଆଁ
ତିର୍ତ୍ତୋଲ-୨୫/୭-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତଗତ ଗରାମ ପଞ୍ଚାୟତ ବାଲିମୁଣ୍ଡଳୀ ଗ୍ରାମରେ ଗତରାତିରେ ସନ୍ଦେହ ଜନକ ଭାବେ ଏକ ଘରରେ ଅଗ୍ନିକାଣ୍ଡ ଘଟିଥିବା ଘଟଣା ଦେଖିବାକୁ ମିଳିଛି । ଉକ୍ତ ଘରଟି ବାଲିମୁଣ୍ଡଳୀ ଗ୍ରାମର ଡମ୍ବରୁଧର ବେହେରା ଙ୍କ ଘରୁ ଗତ ରାତିରେ ସେ ଘରେ ନଥିବା ବେଳେ ଏହି ଅଗ୍ନି କାଣ୍ଡ ଘଟିଥିଲ।ହଠାତ୍ ଧୁଆଁ ଓ ଅଗ୍ନିର ଶିଖା ଦେଖି ପଡ଼ୋଶୀମାନେ ଆତଙ୍କିତ ହୋଇ ଅଗ୍ନିଶମ ବାହିନୀ ଓ ପୋଲିସ କୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ନିୟନ୍ତ୍ରଣ କୁ ଆଣିଥିଲା ।ଘର ମାଳିକଙ୍କ ଡମ୍ବରୁଧର ବେହେରା ନିଆଁ ଲଗାଇ ଥିବା କନକଲତା ବେହେରା ଙ୍କୁ ନିଆଁ ଲଗାଇବାରେ ସହଯୋଗ କରିଥିବା ସରୋଜ କୁମାର ବେହେରା,ଜୟରାମ ମହାରଣା,ଅଭୟ ବିଶ୍ୱାଳ, ମାନଙ୍କ ନାମ ଏ ନେଇ ତିର୍ତ୍ତୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ନେଇଁ ସୂଚନା ମିଳିଛି।ତିର୍ତ୍ତୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।