Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ଦୁଇ ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ 1

ଜଗତସିଂହପୁର , 25/07/2025, ବିକ୍ରମ ଓଡ଼ିଶା ନିୟୁଜ: ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ଦୁଇ ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ
Article Image
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ସାହାବାଦପୁର ଗ୍ରାମର କର୍କଟ ରୋଗରେ ପୀଡିତ ଅନୁରାଗ ବେହେରା ଏବଂ କଟକ ଜିଲ୍ଲା ଇଷାଣୀ ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଗତ ସାଧୁସାହି ଗ୍ରାମର ପକ୍ଷାଘାତ ରୋଗରେ ପୀଡିତା କୁନି ଦାସଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ଅନୁରାଗ ଜଣେ ଗରିବ ଶ୍ରେଣୀର ପିଲା | ଗତ କିଛି ମାସ ହେବ ସେ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ ୟେମ୍ସ ରେ ବର୍ତ୍ତମାନ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି |ବାପା ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ପୁଅର ଚିକିସ୍ଥା କରାଇ ପାରୁନାହାନ୍ତି | ସେହି ପରି କୁନି ଜଣେ ପକ୍ଷାଘାତ ରୋଗୀ | ସ୍ବାମୀ ଜଣେ ରାଜମିସ୍ତ୍ରୀ । ପୁଅ ସଡ଼କ ଦୁର୍ଘଟଣାରେ ଆରପାରିରେ, ଝିଅ ବିବାହ କରି ଶାଶୁ ଘରେ। ପାଖରେ କେହି ନଥିବାରୁ ସ୍ବାମୀ କାମକୁ ନ ଯାଇ କୁନିଙ୍କର ସେବା କରୁଛନ୍ତି । କାମ କରିବାକୁ ଯାଇପାରିନାହାନ୍ତି।ତେଣୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ। ଅର୍ଥାଭାବରୁ ଏହି ଦୁଇ ବ୍ୟକ୍ତିଙ୍କର ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ପରାମର୍ଶଦାତା ସରୋଜ କୁମାର ବେହେରା, ସଂଯୋଜକ ମାନସ କୁମାର ମଲ୍ଲିକ, ବଶିଷ୍ଠ ସଦସ୍ୟ ବାବାଜୀ ରାଉତ ଏବଂ ହରେକୃଷ୍ଣ ବେହେରା ପ୍ରମୁଖ ଅନୁରାଗଙ୍କ ବାସଭବନରେ ପହଞ୍ଚି ତାଙ୍କ ବାପାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ସେହି ପରି କୁନିଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ଅନୁରାଗଙ୍କ ପରିବାର ଏବଂ କୁନିଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
Article Image