Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଦେବିନଦୀ ବନ୍ଧରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର, 1

କାକଟପୁର, 25/07/2025, ବିକ୍ରମ ଓଡ଼ିଶା ନିୟୁଜ: ଦେବିନଦୀ ବନ୍ଧରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର,
Article Image
କାକଟପୁର ତା ୨୫/୭,( ତୁଷାର ଦୀକ୍ଷିତ ) କାକଟପୁର ଥାନା ଅଧିନସ୍ଥ ବାଉରିଆକଣ ନିକଟ ଦେବିନଦୀର ଦକ୍ଷିଣ ପଟ ବନ୍ଧ ଉପରୁ ଜଣେ ବୃଦ୍ଧଙ୍କ ମୃତଦେହ କାକଟପୁର ଥାନା ପୋଲିସ ଉଦ୍ଧାର କରି ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରିବା ପରେ ବୃଦ୍ଧଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରିଛି l ଏଠାରେ ସୂଚନା ଥାଉକି ଗୁରୁବାର ଦିନ ସକାଳେ ସ୍ଥାନୀୟ ଗ୍ରାମବାସୀ ଶୌଚ ହେବାକୁ ଯାଇ ଜଣେ ବୃଦ୍ଧଙ୍କ ମୃତଦେହ ନଦୀ ବନ୍ଧ ଉପରେ ପଡିଥିବାର ଦେଖିବା ପରେ କାକଟପୁର ଥାନାକୁ ଖବର ଦେଇଥିଲେ l କାକଟପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲା l ବୃଦ୍ଧ ଜଣକ ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ବାଲିପନ୍ତାଳ ଗ୍ରାମର ହରଷ ବେହେରା (62) ବୋଲି ଜଣାପଡିଛି l ବୃଦ୍ଧ ଜଣକ ମାନସିକ ବିକୃତ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି l ଏ ସଂକ୍ରାନ୍ତରେ କାକଟପୁର ଥାନାରେ 14/2025 ରେ ଏକ ଅପମୁର୍ତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି ବୋଲି କାକଟପୁର ଥାନା ସବ-ଇନସିପେକ୍ଟର ତଥା ତଦନ୍ତକାରୀ ଅଧିକାରିଣୀ ପ୍ରିୟଦର୍ଶିନୀ ବରାଳ ସୂଚନା ଦେଇଛନ୍ତି l