Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପୁରୀ ରଥଯାତ୍ରା ଦଳାଚକଟାରେ ଆହତ ମାନଙ୍କୁ ଭେଟିଲେ ଉନ୍ନୟନ କମିଶନର, ରାଜ୍ୟ ଅତିଥି ଭବନରେ ହେଲା ଶୁଣାଣି | 1

ଜଗତସିଂହପୁର , 25/07/2025, ବିକ୍ରମ ଓଡ଼ିଶା ନିୟୁଜ: ପୁରୀ ରଥଯାତ୍ରା ଦଳାଚକଟାରେ ଆହତ ମାନଙ୍କୁ ଭେଟିଲେ ଉନ୍ନୟନ କମିଶନର,ରାଜ୍ୟ ଅତିଥି ଭବନରେ ହେଲା ଶୁଣାଣି |
Article Image
ହୋଇଥିବା ~~~~~~~~~~~~~~~ଜଗତସିଂହପୁର 25/7/2025(ସରୋଜ ନାୟକ ଙ୍କ ରିପୋର୍ଟ )ପୁରୀ ରଥଯାତ୍ରା ସମୟରେ ଗୁଣ୍ଡିଚାମନ୍ଦିର ନିକଟରେ ହୋଇଥିବା ଦଳାଚକଟା ରେ, ମୃତବ୍ୟକ୍ତିଙ୍କ ପରିବାରକୁ ସରକାର 25ଲକ୍ଷ ଲେଖାଏଁ ଦେବାପାଇଁ ଘୋଷଣା କରିଥିଲେ |ସାଙ୍ଘାତିକ ଆହତ ହୋଇ, ଘରୋଇ ଡାକ୍ତରଖାନାରେ ଚିକିସ୍ଚିତ ହୋଇ ଆରୋଗ୍ୟ ହୋଇଥିବା, ଲୋକଙ୍କ ପାଇଁ କିଛି ସହାୟତା ଘୋଷଣା କରି ନ ଥିଲେ |ଗଣମାଧ୍ୟମରେ ଖବର ପ୍ରକାଶନ ଓ ପ୍ରସାରଣ ପରେ ସରକାର ତତ୍ପର ହେଲେ |ଆଜି ତା 25/7/2025ରିଖ ରେ ରାଜ୍ୟ ଉନ୍ନୟନ କମିଶନର, ଆହତମାନଙ୍କୁ ଚିଠି କରି ଡକାଇ, ରାଜ୍ୟ ଅତିଥି ଭବନରେ ଶୁଣାଣି କରିଥିଲେ |ଏହି ଶୁଣାଣି କାର୍ଯ୍ୟକ୍ରମ ରେ ଆହତ ବ୍ୟକ୍ତି ମାନେ ଯୋଗଦେଇ, ଘରୋଇ ଡାକ୍ତରଖାନରେ ଚିକିତ୍ସା ସମୟର ସମସ୍ତ ପ୍ରମାଣପତ୍ର ଓ ଖର୍ଚ୍ଚର ହିସାବ, କମିଶନର ଙ୍କ ନିକଟରେ ଦାଖଲ କରିଥିଲେ |ପାରାଦ୍ୱୀପ ଇଫିକୋ କଲୋନୀ ର ପ୍ରତିମା ନାୟକ, ଉକ୍ତ ଦଳା ଚକଟାରେ ଆହତ ହୋଇ, ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଚିକିଶ୍ଚିତ ହୋଇ, ପରେ ଭୁବନେଶ୍ୱର. ଆପୋଲୋ ହସ୍ପିଟାଲକୁ ରେଫର ହୋଇ ଚିକିଶ୍ଚିତ ହେଲେ |ତାଙ୍କର ଛାତିର ପିଞ୍ଜରା ହାଡ ଭାଙ୍ଗି ଯାଇଥିଲା |ଘରୋଇ ଡାକ୍ତରଖାନା ରେ ତାଙ୍କର ଏକ ଲକ୍ଷ ଷାଠିଏ ହଜାର ଟଙ୍କା ଖର୍ଚ୍ଚ ହୋଇଛି |ପୁରୀ ଡାକ୍ତରଖାନା ଓ ଆପୋଲୋ ହସ୍ପିଟାଲ ର ଚିକିତ୍ସା ବେଳର ସମସ୍ତ ଡକୁମେଣ୍ଟସ ଓ ମେଡ଼ିସିନ ବିଲ ର ନକଲ, ପ୍ରତିମା ନାୟକ, କମିଶନର ଙ୍କୁ ଶୁଣାଣି ବେଳେ ପ୍ରଦାନ କରିଥିଲେ |ମାନ୍ୟବର ମୁଖ୍ୟମନ୍ତ୍ରୀ ଆହତ ସମସ୍ତ ବ୍ୟକ୍ତି ଙ୍କୁ କ୍ଷତିପୁରଣ ବାବତରେ ଉପଯୁକ୍ତ ଆର୍ଥିକରାଶି ପ୍ରଦାନ କରିବାପାଇଁ, ଉପକୂଳ ଓଡିଶା ବିକାଶ ପରିଷଦ ର କର୍ମକର୍ତ୍ତା, ଆର୍ତତ୍ରାଣ ପତି, ଡକ୍ଟର ଧୃତିଧର ଦାସ, ସାମ୍ବାଦିକ ନୃସିଂହ ଚରଣ ବାରିକ, ରମେଶ ଚନ୍ଦ୍ର ମହାନ୍ତି, ଜ୍ୟୋତି ରଞ୍ଜନ ପରିଡା, ଲୋକନାଥ ସାହୁ, ତପନ କୁମାର ରାଉତରାୟ, ସରୋଜ ନାୟକ ପ୍ରମୁଖ ନିବେଦନ କରିଛନ୍ତି |