Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଚୋରା ବିଦେଶୀ ମଦ ଜବତ ଦୁଇ ଅଭିଯୁକ୍ତ ଗିରଫ 1

ନାଉଗାଁ, 25/07/2025, ବିକ୍ରମ ଓଡ଼ିଶା ନିୟୁଜ: ଚୋରା ବିଦେଶୀ ମଦ ଜବତ ଦୁଇ ଅଭିଯୁକ୍ତ ଗିରଫ
Article Image
ନାଉଗାଁ :୨୫/୦୭: ବିକ୍ରମ ଓଡିଶା ନିୟଜୁ ନାଉଗାଁ ସାଧୁଗୋସ୍ୱାମୀ ନିକଟରୁ ବିପୁଳ ପରିମାଣରେ ଚୋରା ବିଦେଶୀ ମଦ ଜବତ କରିବା ସହିତ ଦୁଇ ଅଭିଯୁକ୍ତ କୁ ଗିରଫ କଲା ନାଉଗାଁ ଥାନା ପୋଲିସ l ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ର ସମୟରେ ନାଉଗାଁ ପୋଲିସ ର ଗୋଟେ ଟିମ ଏଏସେଆଇ ସଜ୍ଜିତ ହୁସିଆନ ଖାନ ଙ୍କ ନେତୃତ୍ୱ ରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ନାଉଗାଁ ଶିଖର ମୁଖ୍ୟ ରାସ୍ତା ର ସାଧୁଗୋ ସ୍ୱାମୀ ନିକଟ ଦେଇ ଏକ ସ୍କୁଟି ସାହାଯ୍ୟ ରେ ଚୋରି ଵିଦେଶୀ ମଦ ଯାଉଥିବା ସମୟରେ, ଅତର୍କ୍ରିତ ଭାବେ ପୋଲିସ ଚଢ଼ାଉ କରି ସମ୍ପୃକ୍ତ ଦୁଇ ଅଭିଯୁକ୍ତ ନାଉଗାଁ ଗ୍ରାମର ଉପେନ୍ଦ୍ର ଭୋଇ ଙ୍କ ପୁଅ କାବୁଲି ଭୋଇ ଓ ବାଲିକୁଦା ଥାନା ଅଞ୍ଚଳ ର ଶ୍ରୀଙ୍ଗାରପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହରା ଙ୍କ ପୁଅ ଦିପୁ ବେହେରା କୁ ପୋଲିସ ଗିରଫ କରିବା ସହିତ ସେମାନଙ୍କ ନିକଟରୁ 13 ଲିଟର ରୁ ଉର୍ଦ୍ଧ ଚୋରା ବିଦେଶୀ ମଦ ଓ ଏହି କାରବାର ରେ ବ୍ୟବହୃତ ହେଇଥିବା ଏକ ସ୍କୁଟି ଗାଡି କୁ ଜବତ କରିଥିଲା ପୋଲିସ, ତେବେ ଏହି ଘଟଣା କୁ ଆଧାର କରି ନାଉଗାଁ ପୋଲିସ ଅବକାରୀ ଆଇନି ବଳରେ ଗୋଟେ କେସେ ୨୦୭/୨୫ ଦାୟର କରି ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ନେଇ ସୂଚନା ଦେଇଛି ନାଉଗାଁ ପୋଲିସ l ଅନ୍ୟପଟେ ଏହି ଚୋରା ବିଦେଶୀ ମଦ ନାଉଗାଁ ବଜାର ନିକଟରେ ଥିବା ସରକାରୀ ବିଦେଶୀ ମଦ ଦୋକାନ ରୁ ଉକ୍ତ ଦୋକାନ ର କର୍ମଚାରୀ ମାନେ ନେଇ ଯାଉଥିବା ର ଅନୁମାନ କରାଯାଉଛି, ଏବଂ ବିଭିନ୍ନ ଖବର କାଗଜ ରେ ଉକ୍ତ ସରକାରୀ ବିଦେଶୀ ମଦ ଦୋକନ ଧାର୍ଯ୍ୟ ସମୟ ଠାରୁ ଅଧିକ ରାତ୍ର ପର୍ଯ୍ୟନ୍ତ ଖୋଲୁଥିବା ନେଇ ଖବର ବାରମ୍ବାର ପ୍ରସାରଣ ହେଉଥିଲେ ମଧ୍ୟ ସବୁ ଦେଖି ନଦେଖିଲା ପରି ବସି ରହିଛି ଜିଲ୍ଲା ଅବକାରୀ ବିଭାଗ l
Article Image