Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ନୁଦୁରାମ ସୋରେନ ସହିଦ ଦିବସ ପାଳିତ 1

ମୟୂରଭଞ୍ଜ, 17/06/2025, ବିକ୍ରମ ଓଡ଼ିଶା ନିୟୁଜ: : ନୁଦୁରାମ ସୋରେନ ସହିଦ ଦିବସ ପାଳିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ଟ୍ଯାକ୍ସି ଷ୍ଚାଣ୍ଡ ନିକଟରେ ଥିବା ସହିଦ ନୁଦୁରାମ ସୋରେନଙ୍କ ପ୍ରତିମୂର୍ତ୍ତୀ ଠାରେ ସହିଦ ନୁଦୁରାମ ମେମୋରିଆଲ ଟ୍ରଂଷ୍ଟ ପକ୍ଷରୁ ଅଧ୍ଯାପକ ବିଜୟ କୁମାର ରାମଙ୍କ ଆବାହକତ୍ବରେ ନୁଦୁରାମ ସୋରେନ ସହିଦ ଦିବସ ପାଳିତ ହୋଇଯାଇଛି l ଏଥିରେ ସେବାସ୍ତମ୍ଭର ରାଷ୍ଟ୍ରୀୟ ସମ୍ପାଦକ ମୋଚିରାମ ରାମ ସଭାପତିତ୍ବ କରିଥିବା ବେଳେ ଶିକ୍ଷକ ରଂଜନ କୁମାର ନନ୍ଦ ପରିଚାଳନା କରିଥିଲେ l ସର୍ବପ୍ରଥମେ ଉପସ୍ଥିତ ଅତିଥିଗଣ ସହିଦ ନୁଦୁରାମ ସୋରେନଙ୍କ ପ୍ରତିମୂର୍ତ୍ତୀ ଠାରେ ଧୂପ ପ୍ରଜ୍ଜଳନ ପରେ ମାଲ୍ଯାର୍ପଣ କରିଥିଲେ l ଉକ୍ତ ଅବସରରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ମୁତ ପର୍ଯ୍ଯଟକ, ଅହମଦାବାଦ ବିମାନ ଦୁର୍ଘଟଣାରେ ଓ କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାରେ ମୁତକଙ୍କ ଅମର ଆତ୍ମାର ସଦଗତି କାମନା କରି ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଟ୍ରଷ୍ଟର ମୁଖ୍ଯ ମନୋରଂଜନ ହାଁସଦାଃ ସ୍ବାଗତ ଭାଷଣ ଦେବା ପରେ ମୋଚିରାମ ମାଝୀ ସହିଦ ନୁଦୁରାମ ସୋରେନଙ୍କ ଅତୀତ ବୀରଗାଥା ବଖାଣିଥିଲେ l ଏଥିରେ ବରିଷ୍ଟ ସାମ୍ବାଦିକ ସୌରଭ ପଟ୍ଟନାୟକ , କିଶୋର ରଜକ, ଗୋପାଳକୁଷ୍ଣ ମହାନ୍ତି, ଡକ୍ଟର ଦିଗମ୍ବର ଗିରି, ଭବାନୀଶଙ୍କର ଗିରି, ଲଖୀନ ସୋରେନ, ମାଝିଆ ମାଝୀ,ଶଙ୍କର ହାଁସଦାଃ, ମେଜର ମହେନ୍ଦ୍ରନାଥ ମହାନ୍ତ ତଥା ଟ୍ଯାକ୍ସି ଷ୍ଟାଣ୍ଡର ସଦସ୍ଯଗଣ ଉପସ୍ଥିତ ରହିଥିଲେ l ପରିଶେଷରେ କିସ ସ୍କୁଲର ଅଧ୍ଯକ୍ଷ ଗଣେଶ ମିଶ୍ର ସ୍ଲୋଗାନ ଦେଇ ଧନ୍ଯବାଦ ଅର୍ପଣ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image