Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 26/07/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସର "ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ପୋର୍ଟାଲ" - କର୍ମଶାଳାତିର୍ତ୍ତୋଲ-୨୬/୭-(ରିପୋର୍ଟ-ଟୁକନ ସେଠୀ)-ପ୍ରଦେଶ କଂଗ୍ରେସ ଦୀର୍ଘ ଦିନ ହେବ ନାରୀ ମାନଙ୍କ ସୁରକ୍ଷା ପାଇଁ ଲଢେଇ କରି ଆସୁଛି ।
ରାଜ୍ୟରେ ପ୍ରତ୍ଯେକ ଦିନନାରୀ ନିର୍ଯାତନାର ଶିକାର ହେଉଛନ୍ତି | ପୀଡ଼ିତାର ଅଭିଯୋଗ କେହି ଶୁଣୁନାହାନ୍ତି, ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ଓ ଅନେକ ନ୍ଯାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।

ସେହି ମହିଳାଙ୍କୁ ସାହାଯ୍ୟ କରିବା ପାଇଁ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଗତ ଦୁଇ ଦିନ ତଳେ ୨୪ ଘଣ୍ଟିଆ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠର ଶୁଭାରମ୍ଭ ହୋଇ, ପ୍ରକୋଷ୍ଠ ପାଇଁ ୧୦ଜଣ ଆଇନଜୀବୀଙ୍କୁ ନିଯୁକ୍ତ କରାଯାଇଛି। ଜିଲ୍ଲା ସ୍ତରରେ ମଧ୍ୟ, ଏହି ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ନିମନ୍ତେ ଆଇନଜୀବୀଙ୍କୁ ନିଯୁକ୍ତ କରାଯିବ । ନିର୍ଯାତନାର ଶିକାର ହେଉଥିବା ପୀଡ଼ିତାଙ୍କୁ କଂଗ୍ରେସ ଯଥା ସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇ ଦେବ ବୋଲି ପିସିସି ସଭାପତି ଘୋଷଣା କରିଛନ୍ତି।ଆଜି ହିମାଂଶୁ ଭୂଷଣ ମଲ୍ଲିକ ଓ ପିସିସି ସଭ୍ଯ ଦେବପ୍ରସାଦ ନାୟକ ଙ୍କ ପରାମର୍ଶ କ୍ରମେ ପ୍ରଶିକ୍ଷକ ମାନଙ୍କ ଦ୍ବାରା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ କର୍ମଶାଳା ଅନୁଷ୍ଠିତ କରାଯାଇ ମହିଳା ମାନଙ୍କୁ ଏହି ପୋର୍ଟାଲରେ କିପରି ସେମାନେ ନିଜେ ଅଭିଯୋଗ ଦାଖଲ କରିପାରିବେ ଏବଂ ପରେ କିପରି କଂଗ୍ରେସ ପକ୍ଷରୁ ସେମାନଙ୍କୁ ସହାୟତା କରାଯିବ ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ପ୍ରାରମ୍ଭରେ ତିର୍ତ୍ତୋଲ ବ୍ଲକ ର ମୂଳିସିଂ , ରଘୁନାଥପୁର ବ୍ଲକ ର ଏରଡଙ୍ଗା ଓ ବିରିଡି ବ୍ଲକ ର ଅରଣା ପଞ୍ଚାୟରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି ଆଗକୁ ଅନ୍ଯ ପଞ୍ଚାୟତ ଗୁଡିକରେ ମଧ୍ଯ ଏହି କର୍ମଶାଳା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସଫି ଆଜମ୍ , ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା ,ସୁଶୀଲ କୁମାର ଦାସ , ପ୍ରତ୍ଯୁଷ ନାୟକ , ପୁଷ୍ପାଞ୍ଜଳି ଦାସ ,ବିବେକାନନ୍ଦ ବେହେରା ,ପଦମନ ସେଠୀ , ପ୍ରଦୀପ୍ତ ଦାସ , ପତିତପାବନ ସେଠୀ , ଓ କଂଗ୍ରେସ ର ଅନ୍ଯ ନେତୃବୃନ୍ଦ ମାନେ ପୋର୍ଟାଲର କାର୍ଯ୍ଯକାରିତା ସମ୍ବନ୍ଧରେ ମହିଳା ମାନଙ୍କୁ ସୂଚନା ଦେଇଥିଲେ ।