Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 26/07/2025, ବିକ୍ରମ ଓଡ଼ିଶା ନିୟୁଜ: ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ନାଉଗାଁ ୨୬/୦୭/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁ ଗାଁ ପଜ୍ଞାୟତର ନନ୍ଦିଗ୍ରାମର ଘନଶ୍ୟାମ ପାଢ଼ୀ ୮୦ ବର୍ଷରେ ପରଲୋକ ଘଟିଛି। ସ୍ବର୍ଗତ ପାଢୀ ଉତ୍କଳ ବିଶ୍ଵବିଦ୍ୟାଳୟର ଦୂର ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟର ସମ୍ପ୍ରାସାରଣ ଅଧିକାରୀ ଭାବେ ଅବସର ନେଇଥିଲେ।ସେ ଜଣେ ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ।ତାଙ୍କର ମୃତ୍ୟୁ ଖବର ପ୍ରଚାର ହୋବାପରେ ନାଉଗାଁ ରେ ଶୋକର ଛାୟା ଖେଳିଯାଇଛି।ଓଡିଶା ସାଧୁସନ୍ଥ ସମାଜର ସଭାପତି ଚିନ୍ତାମଣି ପର୍ବତ,ତିହୂଡା ଗୁରୁକୃପା କୁଟିରର ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ,ପୃର୍ବତନ ବିଧାୟକ ଶ୍ରୀଯୁକ୍ତ ଜ୍ୟୋତିଷ ଚନ୍ଦ୍ର ଦାସ, ବରିଷ୍ଠ ସମାଜ ସେବି ରବିନ୍ଦ୍ର କୁମାର ପଟ୍ଟନାୟକ ସମେତ ବହୁମାନ୍ୟଗନ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ ଜଣାଇଛନ୍ତି। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି।