Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ପାରାଦ୍ୱୀପ , 27/07/2025, ବିକ୍ରମ ଓଡ଼ିଶା ନିୟୁଜ: ସାହାରା ଦେଖେଇ ଭୋଳା ଉଦୟ ବଟ ବାସୀ ଙ୍କୁ କରିଛି ବେସାହାରା

ଭୋଳା ମଣ୍ଡଳ। କୋଟି କୋଟି ଟଙ୍କା ହଡପ କରି ନେଇଥିବା ସୂଚନା।ଆଙ୍କର - ନାଁ ଟି ସିନା ଭୋଳା କିନ୍ତୁ ସେ ପ୍ରକୃତରେ ଭୋଳା ନୁହେଁ। ଅନେକ ନିରିହ ଜନ ସାଧାରଣ ଙ୍କୁ ବୋକା ବନେଇ ଅତ୍ୟନ୍ତ ଚାଲାକ ଚତୁର ସହିତ କୋଟି କୋଟି ଟଙ୍କା ହଡପ କରି ବେଶ୍ ଅୟସ ଓ ଆରାମ ରେ ଜୀବନ ଅତିବାହିତ କରୁଛି ଭୋଳା ମଣ୍ଡଳ ନାମକ ଜୈନିକ ଯୁବକ। ଘଟଣା ଟି ଘଟିଛି ପାରାଦୀପ ମୁନସିପାଲିଟି ଅନ୍ତର୍ଗତ ୪ନଂ ଓ୍ବାର୍ଡ ରେ। ବସବାସ କରୁଥିବା ଅନେକ ନିରିହ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନେକ ସମୟରେ କୋଟି କୋଟି ଟଙ୍କା ଲୁଟି ନେଇଛି ଏହି ଭୋଳା ମଣ୍ଡଳ। ବିଭିନ୍ନ ପ୍ରକାର ର କମ୍ପାନୀ ନାମରେ ଅନେକ ସମୟରେ କୋଟି କୋଟି ଟଙ୍କା ଲୁଟି ନେଇଛି ଏହି ଭୋଳା ମଣ୍ଡଳ। ସେ ଦିନ ମଜୁରିଆ ହେଉ ବା ବ୍ୟବସାୟୀ ବା ଚାକିରୀଆ କେହି ଭି ନିସ୍ତାର ପାଇ ନାହାଁନ୍ତି ଭୋଳାର ମାୟା ଜାଲରୁ , ନିରିହ ଅଞ୍ଚଳବାସିନ୍ଦା ଙ୍କର ସରଳତା ର ସୁଯୋଗ ନେଇ ନିଜର ଜୀବନ ଯାକର ପୁଞ୍ଜିକୁ ଏହି ଲୁଟେରା ଭୋଳାର ହାତକୁ ଟେକି ଦେଇଥିବା ର ଅଭିଯୋଗ ଉଠିଛି। କେବେ ,କିଏ, କେଉଁ ପରିମାଣର, କେତେ ଟଙ୍କା ଭୋଳା ହାତକୁ ଦେଇଛି ତାର ହିସାବ କେବଳ ଭୋଳା ପାଖରେ ହିଁ ରହିଛି। ଯାହାକୁ ହିସାବ ନେଲେ କୋଟି କୋଟି ଟଙ୍କା ହଡପ କରିଥିବା ସୂଚନା ମିଳିଛି। ଯାହା ର ଟଙ୍କା ଯାଇଛି ସେ ଦୁର୍ଦିନରେ ଦିନ କାଟୁଥିବା ବେଳେ ଲୁଟି କରି ନେଇଥିବା ଭୋଳା ର ଜୀବନ ଖିରସର ମହୁରେ ଭାସୁଛି। ଯାହାକୁ ନେଇ କାନ୍ଦି କାନ୍ଦି ଲୋକେ ଅଭିଯୋଗ କରୁଥିଲେ ମଧ୍ୟ ଶୁଣିବା କୁ କେହି ନାହିଁ କିମ୍ବା ଦେଖିବାକୁ କେହି ନାହିଁ। କିନ୍ତୁ ଭୋଳାକୁ ନିଜର ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ମିଳୁଛି ଜୀବନରୁ ମାରିଦେବା ଧମକ। ଏନେଇ ଲୋକେ ଏକଯୁଟ ହୋଇ ଗଣମାଧ୍ୟମ ଆଗରେ ନିଜର ଦୁଃଖ ବଖାଣିବା ସହ ତୁରନ୍ତ ଲୁଟେରା ଭୋଳା ମଣ୍ଡଳ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
