Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଫୁଣିଥରେ ସୁହାଗପୁର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା l 1

କାକଟପୁର, 27/07/2025, ବିକ୍ରମ ଓଡ଼ିଶା ନିୟୁଜ: ଫୁଣିଥରେ ସୁହାଗପୁର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା l
Article Image
କାକଟପୁର ୨୬/୦୭ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ସୁହାଗପୁର ପଞ୍ଚାୟତ ର ସରପଞ୍ଚ ଙ୍କୁ ଫୁଣି ଥରେ ମାନ୍ୟବର କୋର୍ଟ ଅଯୋଗ୍ୟ ଘୋଷଣା କରିଛନ୍ତି | ପ୍ରକାଶ ଥାଉ କି ଗତ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ପ୍ରଦାନ ପାଇଁ ସୁହାଗପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶେଖ୍ ଅବୁ ତାହାର ଙ୍କୁ ଜିଲ୍ଲା ମୁନ୍ସିଫ କୋର୍ଟ ଅଯୋଗ୍ୟ ଘୋଷଣା କରିବା ସହିତ ତତକାଳ ପଦକ୍ଷେପ ନେଇ ପୁନଃ ନିର୍ବାଚନ କରିବାକୁ ଆଦେଶ ଦେଇଥିଲେ | ଏହାକୁ ଆଧାର କରି ସୁହାଗପୂର ସରପଞ୍ଚ ଉପର କୋର୍ଟ ରେ ଫୁଣିଥରେ ଚାଲେଞ୍ଜ କରିଥିଲେ ଏଵଂ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍, ନିମାପଡା କୋର୍ଟ ଏହି ବିଷୟରେ ଶୁଣାଣି କରି ନିମ୍ମ କୋର୍ଟ ଦେଇଥିବା ଆଦେଶ କୁ ପୂର୍ବପରି କାୟମ ରଖିବା ପାଇଁ ଗତ ୧୬/୭/୨୦୨୫ ରେ ରାୟ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ସମ୍ପୂର୍ଣ ଘଟଣାବଳୀ ଟି କାକଟପୁର ଅଞ୍ଚଳରେ ରାଜନୈତିକ ସମୀକ୍ଷକ ଙ୍କ ମନ ରେ ଚହଳ ପକାଇ ଆଲୋଡ଼ନ ସୃଷ୍ଟି କରୁଛି କି ବାରମ୍ବର୍ କୋର୍ଟ ଙ୍କ ଦ୍ଵାରା ଅଯୋଗ୍ୟ ଘୋଷିତ ସତ୍ତ୍ୱେ କାହିଁକି ପଦବୀ ରୁ ଇସ୍ତଫା ନ ଦେଇ ନିୟମିତ ସରପଞ୍ଚ ଭଳିଆ ସବୁ କାର୍ଯ ସମ୍ପାଦନ କରୁଛନ୍ତି ଏପରିକି ମାର୍ଚ୍ଚ ମାସ ର ଆଦେଶ ପରେ ଲକ୍ଷାଧିକ ଟଙ୍କା ର ସରକାରୀ ବିଲ ପାସ କରିବା ଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହି କାର୍ଯ୍ୟକଳ୍ପକୁ କାକଟପୁର ବି ଡି ଓ ଙ୍କ ଭୂମିକା ସନ୍ଦେହ ଘେରକୁ ଟାଣୁଛି ବୋଲି ସ୍ଥାନୀୟ ବୁଦ୍ଧିଜିବି, ରାଜନୈତିକ ସମୀକ୍ଷକ ଏବଂ ସାଧାରଣ ଲୋକମାନେ ଅଭିଯୋଗ କରିଛନ୍ତି।