Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 28/07/2025, ବିକ୍ରମ ଓଡ଼ିଶା ନିୟୁଜ: ଶ୍ରାବଣ ମାସ ର ତୃତୀୟ ପାଳିରେ ବାବା ବଲାଜଟିଆ ବୋଲ ବମ ସେବା ସଙ୍ଘ,ମଣିଜଙ୍ଗା ତରଫରୁ ଖାଦ୍ୟ ବଣ୍ଟନ
ତିର୍ତ୍ତୋଲ-୨୮/୭-(ରିପୋର୍ଟ-ଟୁକନ ସେଠୀ)-ଶ୍ରାବଣ ମାସର ତୃତୀୟ ପାଳି ରବିବାର ଅବସରରେ ମଣିଜଙ୍ଗା ମହାନଦୀ ପଠାରେ ଭକ୍ତ ଜନମାନଙ୍କ ଭାରି ସାମଗମ ଦେଖାଯାଇଛି। ଅଞ୍ଚଳରେ ପୌରାଣିକ ଆସ୍ଥା ଅନୁଯାୟୀ, ଏହି ଦିନରେ ମହାନଦୀରେ ସ୍ନାନ କରି ବୋଲ ବମ୍ ର ଜୟ ଧ୍ୱନି ସହ ଶିବଙ୍କ ଦର୍ଶନ କରିବାକୁ ଭକ୍ତମାନେ ବହୁ ଦୂର ଦୂରାନ୍ତରୁ ଆସନ୍ତି।ଏହି ରବିବାର ଦିନ ବଲାଜଟିଆ ବୋଲ ବମ ସେବା ସଙ୍ଘ, ମଣିଜଙ୍ଗା ତରଫରୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ କଟକ -ପାରାଦ୍ୱୀପ ରୋଡ଼ କଡ଼ ମଣିଜଙ୍ଗା ଗାଁରେ ବୋଲ ବମ ଭକ୍ତ ମାନଙ୍କ ପାଇଁ ଖାଦ୍ୟ ପାନୀୟ ଵେବସ୍ଥା କରାଯାଇ ଥିଲ ।ଏହି ସେବା କାଯ୍ୟ କର୍ମରେ ମଣିଜଙ୍ଗା ଗ୍ରାମ ର ଯୁବକ ସଞ୍ଜୟ କୁମାର ସାହୁ,ନିହାର ବାବା,ଅମିଦିପୁଲ ଦାସ,ସୁବାଶିଷ ସାହୁ,ପ୍ରସନ୍ନଜିତ ଦାସ,ସନାତନ ଦାସ,ମାନସ ରଂଜନ ଦାସ,ଅରକ୍ଷିତ ସାହୁ,ସୌମିତ୍ର ସାହୁ,ଅଭୟ ମନ୍ତ୍ରୀ,ରାଜେନ୍ଦ୍ର ସାହୁ,ସ୍ୱାଧୀନ ସାହୁ ପ୍ରମୁଖ ଯୁବକ ମାନେ ବୋଲ ବମ ଭକ୍ତ ମାନଙ୍କ ସେବା କରିଥିଲେ।