Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର 2

ତିର୍ତୋଲ, 28/07/2025, ବିକ୍ରମ ଓଡ଼ିଶା ନିୟୁଜ: ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିରତିର୍ତ୍ତୋଲ-୨୮/୭-(ରିପୋର୍ଟ-ଟୁକନ ସେଠୀ)-ଶ୍ରୀ ସତ୍ୟସାଇ ସେବା ସଂଗଠନ ଜଗତସିଂହପୁର ଜିଲ୍ଲା ତରଫରୁ ସାଇ କ୍ରିଷ୍ଣା ନିଳୟମ ଆଶ୍ରମ ଦାମୋଦର ପାଟଣା ,ଶନ୍ଖେଶ୍ବର, ତିର୍ତ୍ତୋଲ ଠାରେ ରବିବାର ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ସ୍ବାସ୍ଥ୍ୟ ଶିବିରରେ ହାଇଟେକ୍ ମେଡିକାଲ୍ କଲେଜ ଭୁବନେଶ୍ବର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ବାରା ମେଡିସିନ,ଅସ୍ତିସଲ୍ୟ,ସର୍ଜରୀ,ଚକ୍ଷୁ,ନାଶା,ଗଳା,କର୍ଣ୍ଣ, ସ୍ତ୍ରୀ ଓ ପ୍ରସୂତି ,ଦାନ୍ତ, ହୃଦରୋଗ ,ଚର୍ମ ଓ ମଧୁମେହ ରୋଗୀଙ୍କ ସ୍ବାସ୍ଥ୍ୟ ପରିକ୍ଷା ସହିତ ୩୫୦ ରୋଗିଙ୍କୁ ଚିକିତ୍ସା ସହିତ ମାଗଣା ଔଷଧ ବିତରଣ କରାଯାଇଥିଲା ।ଏହି ମହତ ସେବା କାର୍ଯ୍ୟରେ ଜଗତସିଂହପୁର ଜିଲ୍ଲାର ଶ୍ରୀ ସତ୍ୟସାଇ ସେବା ସଂଗଠନର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାମୋଦର ସ୍ବାଇଁଙ୍କ ତତ୍ବାବଧାନରେ ତିର୍ତ୍ତୋଲ, କୁଜଙ୍ଗ, ପାରାଦୀପ, ରଘୁରାଥପୁର, ଯଦୁପୁର ଓ ଜଗତସିଂହପୁର ସେବା ସମିତିର ଭାଇ ଓ ଭଉଣୀମାନଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ କରାଯାଇଛି।ସାଧାରଣ ରେ ଏଭଳି ମହତ କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି
Article Image
Article Image