Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା, ୱେବସାଇଟ୍ ହ୍ୟାକ ହେବା ନେଇ ଚିନ୍ତାରେ କର୍ତ୍ତୃପକ୍ଷ 1

ଭୁବନେଶ୍ୱର, 29/07/2025, ବିକ୍ରମ ଓଡ଼ିଶା ନିୟୁଜ: ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା, ୱେବସାଇଟ୍ ହ୍ୟାକ ହେବା ନେଇ ଚିନ୍ତାରେ କର୍ତ୍ତୃପକ୍ଷ
Article Image
ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ) ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌ ହ୍ୟାକ୍ । କେହି ଦୃର୍ବୃତ୍ତ ୱେବସାଇଟ୍‌କୁ ହ୍ୟାକ୍‌ କରି ଦେଇଥିବା ଦେଖିବାକୁ ମିଳିଛି । ୱେବ୍‌ସାଇଟ୍‌କୁ କ୍ଲିକ୍‌ କଲେ ଖୋଲୁଛି ଏକ ବେଟିଂ ସାଇଟ୍‌ । ମୋବାଇଲ୍‌ରେ ୱେବ୍‌ସାଇଟ୍‌ ଖୋଲିଲେ ‘ବେଣ୍ଟୋ-ଫୋର୍‌ ଡି’ ପରି ଏକ ବେଟିଂ ପ୍ଲାଟ୍‌ଫର୍ମ ଖୋଲୁଛି । ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା । ମାତ୍ର ଏହାକୁ କ୍ଲିକ୍‌ କଲେ ବିଶ୍ବବିଦ୍ୟାଳୟର କୌଣସି ତଥ୍ୟ ଆସୁ ନାହିଁ । ‌ଗତକାଲି ରାତିରୁ ଏହି ସାଇବର ଆଟାକ ସାମ୍ନାକୁ ଆସିଥିବା ବେଳେ ଏବେ ଚିନ୍ତାରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଓ ୮ ହଜାର ପାଖାପାଖି ରେଭେନ୍ସାଭିଆନ । କାରଣ ବିଶ୍ଵବିଦ୍ୟାଳୟର ଅନେକ ଗୁରୁତ୍ତ୍ୱପୂର୍ଣ ଏକାଡେମୀକ୍ ତଥ୍ୟ ଏବଂ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଏହି ରେଭେନ୍ସାର ଅଫିସିଆଲ୍ ୱେବ୍ ସାଇଟ୍ ରେ ଅପ୍ ଲୋଡ୍ କରାଯାଇଥିଲା ।ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଆଜି ସକାଳେ କିଛି ସମୟ ପାଇଁ ହ୍ୟାକ୍ ହୋଇଥିଲା। ଆକାଉଣ୍ଟରେ ଅଶ୍ଲୀଳ ଓ ବେଟିଂ ଭିଡ଼ିଓ ଅପଲୋଡ୍‌ ହୋଇଥିଲା। ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା କିଛି ପୋଷ୍ଟ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିଲା।ଉକ୍ତ ଘଟଣାଟି ବିଭାଗର ନଜରକୁ ଆସିବା ପରେ, ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରାଯିବା ସହିତ ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇ ଦିଆଯାଇଛି।