Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଭୁବନେଶ୍ୱର, 29/07/2025, ବିକ୍ରମ ଓଡ଼ିଶା ନିୟୁଜ: ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ । ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି ।ସ୍ଲୋଗାନ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି ।ଏହି ଚିଠିରେ ହିଁ ସ୍କୁଲ ପିଲାଙ୍କ ଗେରୁଆ ଆଇଡି କାର୍ଡ ସମ୍ପର୍କରେ କୁହାଯାଇଛି । ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜଣକ ପିଛା ୫୦୦ ଟଙ୍କାରେ ହଳେ ଜୋତା, ଦୁଇ ହଳ ମୋଜା ଆଉ ତା ସହିତ ଗୋଟିଏ-ଟି ସାର୍ଟ, ଟ୍ରାକ୍ ପ୍ୟାଣ୍ଟ ଆଉ ଟୋପି ଦେବେ ସରକାର । ତେବେ ଏହାସହିତ ପିଲାମାନଙ୍କ ପାଇଁ ଯେଉଁ ନୂଆ ଆଇଡି କାର୍ଡ ଡିଜାଇନ୍ କରାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଆଗକୁ ଏମିତି କିଛି ଆଇ- କାର୍ଡ ପକେଇ ସ୍କୁଲ ଯିବେ । ଯେଉଁଥିରେ ତାଙ୍କ ନାଁ ସହିତ , ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଆଉ ଫୋନ୍ ନମ୍ବର ରହିବ । ହେଲେ ଏ ସବୁ ଭିତରେ କିନ୍ତୁ ସରକାରଙ୍କର ଏ ରଙ୍ଗ ପରିବର୍ତ୍ତନର କଥା ସବୁଠି ଚର୍ଚ୍ଚା ସୃଷ୍ଟି କରିଛି ।ଏହା ପୂର୍ବରୁ ସରକାରକୁ ଆସିବା ପରେ ସ୍କୁଲ ପିଲାଙ୍କ ୟୁନିଫର୍ମ ବଦଳାଇଥିଲେ ସରକାର । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମେରୁନ୍ ରଙ୍ଗର ପ୍ୟାଣ୍ଟ ସାଙ୍ଗକୁ ବାଦାମୀ ରଙ୍ଗର ସାର୍ଟ କରିଥିଲେ ସରକାର । ତେବେ ପୂର୍ବରୁ ଏହା ରଙ୍ଗ ହଣ୍ଟର ଗ୍ରୀନ୍ ଥିବାବେଳେ, ଏହାକୁ ବଦଳାଇ ଦେଇଥିଲେ ମୋହନ ସରକାର । ତା ସହିତ ଲକ୍ଷ୍ମୀ ବସ୍, ଆଉ ଆମ ବସର ରଙ୍ଗ ପରିବର୍ତ୍ତନ କରିବାକୁ ନେଇ ମଧ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢିଛି । ଆଉ ତାରି ଭିତରେ ଏବେ ପୁଣିଥରେ ସ୍କୁଲ ପିଲାଙ୍କ ଆଇ-କାର୍ଡକୁ ଗେରୁଆ କରିଛନ୍ତି ସରକାର ।