Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଜନତା ବିଦ୍ୟାପୀଠ ଝିମାଣୀରେ ଦୁଇଟି ଶିକ୍ଷକ ଅସ୍ଥାୟୀ ଅନ୍ତରକୁ ନେଇ ତୁମ୍ୱୀ ତୋଫାନ।ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା। 3

କୁଜଙ୍ଗ , 29/07/2025, ବିକ୍ରମ ଓଡ଼ିଶା ନିୟୁଜ: ଜନତା ବିଦ୍ୟାପୀଠ ଝିମାଣୀରେ ଦୁଇଟି ଶିକ୍ଷକ ଅସ୍ଥାୟୀ ଅନ୍ତରକୁ ନେଇ ତୁମ୍ୱୀ ତୋଫାନ।ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା।ଜନତା ବିଦ୍ୟାପୀଠ ଝିମାଣୀରେ ଦୁଇ ଜଣ ଶିକ୍ଷକ ଅସ୍ଥାୟୀ ଅନ୍ତରକୁ ନେଇ ତୁମ୍ଵୀ ତୋଫାନ।ଅବିଭାବକ ଓ ଛାତ୍ର,ଛାତ୍ରୀ ମାନଙ୍କ ପକ୍ଷରୁ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା।ଘଟଣା ସ୍ଥଳରେ ପାରାଦ୍ଵୀପ ଲକ୍ ପୋଲିସ୍ ପହଞ୍ଚି ଅବିଭାବକ ଓ ଛାତ୍ର ଛାତ୍ରୀଙ୍କୁ ବୁଝା ସୁଝା କରୁଛି।ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଗଦିଆ ପଞ୍ଚାୟତ ଜନତା ବିଦ୍ୟାପୀଠ ଝିମାଣୀରେ।ତେବେ ଏହି ଜନତା ବିଦ୍ୟାପୀଠ ଝିମାଣୀରେ ବିଜ୍ଞାନ ଶିକ୍ଷକ ଓ ଓଡ଼ିଆ ଶିକ୍ଷକଙ୍କ ଅସ୍ଥାୟୀ ଅନ୍ତରକୁ ନେଇ ଆଜି ବିଦ୍ୟାଳୟ ଫାଟକ ସମ୍ମୁଖରେ ଶିକ୍ଷକଙ୍କୁ ଅଟକ ରଖିବା ସହ ଅବିଭାବକ ଓ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଧାରଣା ଦିଆଯାଇିଛି।ମାତ୍ର ଏହି ବିଦ୍ୟାଳୟରେ ଦୁଇଟି ଶିକ୍ଷକ ଅସ୍ଥାୟୀ ଅନ୍ତରକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି ହେଉଥିବା ବେଳେ ଏପରି ତୁମ୍ବି ତୋଫାନ ହୋଇଥିବା ଦେଖା ଦେଇଛି।ଅନ୍ୟପେଟ ବଗଦିଆ ପଞ୍ଚାୟତର ସମିତି ସଭ୍ୟ ପବିତ୍ର ସେଠୀ ଓ ପାରାଦ୍ଵୀପ ଲକ୍ ପୋଲିସ୍ ପହଞ୍ଚି ବୁଝା ସୂଝା କରିବା ପରେ ଧାରଣା ପ୍ରତ୍ୟାହୁତ ହୋଇଥିବା ବେଳେ ଜନତା ବିଦ୍ୟାପୀଠ ଝିମାଣୀର ପ୍ରଧାନ ଶିକ୍ଷକ ଜାନକୀ ବଲ୍ଲଭ ମହାନ୍ତିଙ୍କ ଜରୀଆରେ ଜିଲ୍ଲା ଏଜୁ କେଶନ ଅଫିସରଙ୍କ ନିକଟକୁ ଦାବୀପତ୍ର ଦିଆଯାଇଛି।ଅବିଭାବକ ଓ ବିଦ୍ୟାଳୟର ଯଦି ବିଜ୍ଞାନ ଶିକ୍ଷକ ଓ ଓଡ଼ିଆ ଶିକ୍ଷକ ନିୟମିତ ଭାବେ ନ ଆସନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ଜାରୀ ରଖିବା ସହ ସବୁଦିନ ପାଇଁ ବିଦ୍ୟାଳୟକୁ ଠପ୍ କରିଦିଆଯିବ ବୋଲି ଅବିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।
Article Image
ଜଗତସିଂହପୁରରୁ ବିକ୍ରମ ଓଡିଶା ନିୟୁଜ
Article Image
Article Image