Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଗଜରାଜପୁର ମାଳିତୋଟା ଠାରେ ଦୀର୍ତିୟ ବାର୍ଷିକ ରଜ ମହୋତ୍ସବ ପାଳିତ 1

ନାଉଗାଁ, 14/06/2025, ବିକ୍ରମ ଓଡ଼ିଶା ନିୟୁଜ: ଗଜରାଜପୁର ମାଳିତୋଟା ଠାରେ ଦୀର୍ତିୟ ବାର୍ଷିକ ରଜ ମହୋତ୍ସବ ପାଳିତ
Article Image
ନାଉଗାଁ, ୧୪/୬/ ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟାତସ୍ଥିତ ମାଳୀତୋଟା ଠାରେ ଦିର୍ତିୟ ବାର୍ଷିକ ରଜ ମହୋତ୍ସବ ପାଳିତ ହେଉଅଛି। ମା ଯଶୋଦେବୀ ଉନ୍ନୟନ ସମିତି ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ଉକ୍ତ ପଞ୍ଚାୟତର ଗଜରାଜପୁର, ନୂଆପାରୀ, ଭାତପଡା, ଦେବୀଦୋଳ ଆଦି ଗ୍ରାମର ଶତାଧିକ ଯୁବକ ଯୁବତୀ, ବାଳକ ବାଳିକା, ବୃଦ୍ଧ ବୃଦ୍ଧା ମାନେ ଯୋଗଦେଇ ରଜଦୋଳି, ତାସ୍, ଲୁଡୁ, କବାଡି, ଖୋକ, ପୁଞ୍ଚି ଆଦି ଖେଳରେ ସାମିଲି ହୋଇଥିବା ଦେଖିବାକୁ ମିଳିଛି। ଏଥିସହିତ ଏହି କାର୍ଯ୍ୟକ୍ରମରେ ଆମ ସଂସ୍କୃତି ଓ ପରମ୍ପରାକୁ ଉଦଯିବିତ କରି ରଖିବାକୁ ରଜ ପୋଡପିଠା ସାଙ୍ଗକୁ ରଜ ପାନର ମଜା ନେବା ସାଙ୍ଗକୁ ଢ଼ିଙ୍କି, ଲଙ୍ଗଳ, ସବାରୀ, ପାଲିଙ୍କି, ଶଗଡ଼ ଗାଡ଼ି, ପଖିଆ, ଶିଳ, ଚକୀ, ମାଣ, ଗଉଣି, ମୁଗୁରା, ଖଇଁଚି, ଡିବି, ଲଣ୍ଠନ, ରେଡ଼ିଓ ଭଳି ବୁଡିଯାଉଥିବା ବିଭିନ୍ନ ପୁରୁଣା ସାମଗ୍ରୀ ଗୁଡିକୁ ନେଇ ଏକ ସ୍ବତନ୍ତ୍ର ପ୍ରକୋଷ୍ଠ ନିର୍ମାଣ ଆଜିର ଯୁବ ପିଢ଼ି ମାନକୁ ବେଶ୍ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଗତ ୧୩ ତାରିଖ ସଜବାଜ ଠାରୁ ଆରମ୍ଭ ହୋଇ ୧୬ ତାରିଖ ଶେଷ ରଜ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତି ସନ୍ଧ୍ୟାରେ ଏଠାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସମିତିର ଯୁବ କଳାକାର ମାନଙ୍କ ଦ୍ଵାରା ଖୋଲା ମଞ୍ଚରେ ଫକୀର ମୋହନ ସେନାପତିଙ୍କ ଦ୍ଵାରା ରଚିତ ରାଣ୍ଡିପୁଅ ଅନନ୍ତା ନାଟକ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସମିତିର ଗୌରାଙ୍ଗ ଦାସ, ବାବନ କୁମାର ଜେନା, ଶୁଭ୍ରାଂଶୁ ଆଚାର୍ଯ୍ୟ, ସଚ୍ଚିକାନ୍ତ ସାହୁ, ଅଜୁ ବିଶ୍ବାଳ, ବାବୁ ମହାରଣା ପ୍ରମୁଖ ପରିଚାଳନା କରୁଥିବା ବେଳେ ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି।ନାଉଗାଁ ରୁ ବୈଷ୍ଣବ ରାଉଳ
Article Image