Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବିପଦ ପୂର୍ଣ ଅବସ୍ଥାରେ ଆଦିକବି 2

ତିର୍ତ୍ତୋଲ, 17/06/2025, ବିକ୍ରମ ଓଡ଼ିଶା ନିୟୁଜ: ବିପଦ ପୂର୍ଣ ଅବସ୍ଥାରେ ଆଦିକବି
Article Image
ତିର୍ତ୍ତୋଲ-୧୭/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ କଟକ-ପାରାଦୀପ ରାସ୍ତାର ସାରଳା ରୋଡ ନିକଟ ରେ ମାର୍ଚ୍ଚ ୬ ତାରିଖ ୨୦୨୩ ମସିହାରେ ସ୍ଥାପିତ ହୋଇଥିଲା ଆଦିକବି ସାରଳା ଦାସ ଙ୍କ ପ୍ରତିକୃତି।ଏହାକୁ ଉଦଘାଟନ କରିଥିଲେ ବିଶିଷ୍ଟ ସାହିତ୍ୟିକ ସାତକଡୀ ହୋତା,ନିରଞ୍ଜନ ରଥ, ଅଶୋକ କୁମାର ମହାପାତ୍ର,ସିତାବଲ୍ଲବ ମହାପାତ୍ର, ଧନେଶ୍ୱର ବିଶ୍ୱାଳ,ପର୍ଶୁରାମ ଡିବେଦୀ ପ୍ରମୁଖ।ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରତିକୃତି ବିପଦ ପୂର୍ଣ ଭାବେ ରହିଛି।କେତେବେଳେ ଏହା ଓଲଟି ପଡିବ କହିହେବ ନାହିଁ।ବିଭିନ୍ନ କାର୍ଯ୍ୟକ୍ରମ କୁ ଏହି ବାଟ ଦେଇ ଗଲାବେଳେ ନେତା ମନ୍ତ୍ରୀ ସାହିତ୍ୟିକ ମନେ ଫୁଲ ମାଳଟିଏ ପକାଇଦେଇଥାନ୍ତି ସତ ଏହାର ସ୍ଥାୟୀତ୍ୱପ୍ରତି କାହାର ନଜର ନଥାଏ।ପ୍ରଶାସନ, ସ୍ବେଛାସେବୀ ଅନୁଷ୍ଠାନ ଏହି ଆଦିକବି ଙ୍କ ପ୍ରତିକୃତି ପ୍ରତି ଦୁଷ୍ଟି ଦେବାକୁ ଦାବିହେଉଛି।
Article Image