Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପିତା ମାତା ଏବଂ ସାନ ଭଉଣୀ ର ଙ୍କ ମଙ୍ଗଳ କାମନା କରି ଶ୍ରାବଣ ମାସ ରେ ଜଳ ଲାଗିକଲେ କୁନି କାଉଡିଆ 2

କାକଟପୁର, 29/07/2025, ବିକ୍ରମ ଓଡ଼ିଶା ନିୟୁଜ: ପିତା ମାତା ଏବଂ ସାନ ଭଉଣୀ ର ଙ୍କ ମଙ୍ଗଳ କାମନା କରି ଶ୍ରାବଣ ମାସ ରେ ଜଳ ଲାଗିକଲେ କୁନି କାଉଡିଆ
Article Image
କାକଟପୁର ୨୮/୭(ତୁଷାର ଦୀକ୍ଷିତ )ପୌରାଣିକ କଥା ଅନୁସାରେ ଶ୍ରାବଣ ମାସରେ ପାଣିଭାର ନେଇ ଶିବଙ୍କ ମସ୍ତକରେ ଶୁଭ ଫଳ ମିଳିବା ସହିତ ମନାସିଥିବା ମନସ୍କାମନା ପୂରଣ ହୋଇଥାଏ ସେଇଥି ପାଇଁ ଶ୍ରାବଣ ମାସ ର ପ୍ରତ୍ୟେକ ସୋମବାର ହଜାର ହଜାର କାଉଡିଆ ମାନେ ଶିବ ମନ୍ଦିର ରେ ଜଳ ଲାଗି କରିଥାନ୍ତି। କିନ୍ତୁ ଶ୍ରାବଣ ମାସ ତୃତୀୟ ସୋମବାର ଅସ୍ତରଙ୍ଗ ର ପ୍ରତାପ ବିଶ୍ୱାଳ ଙ୍କ ୧୦ବର୍ଷର ପୁତ୍ର ସାଇରୋଶନ ଠାରେ ଦେଖିବାକୁ ମିଳିଥିଲା ଏକ ନିଆରା ଅନୁଭୂତି ଯାହା ସମାଜ ପାଇଁ ଏକ ମହାନ ବାର୍ତ୍ତା ସେ ନିଜ ପାଇଁ କୌଣସି ମାନସିକ ନ କରି ମାନସିକ କରିଛନ୍ତି ନିଜ ବାପା ମାଆ ଏବଂ ସାନଭଉଣୀ ର ମଙ୍ଗଳ କାମନା କରି କାକଟପୁର ପ୍ରାଚୀ ତଟ ବିଶ୍ଵାମିତ୍ର ଘାଟ ରୁ ପାଣିଆଣି ଅସ୍ତରଙ୍ଗ ପ୍ରସିଦ୍ଧ ଶିବ ମନ୍ଦିର ଗ୍ରାମେଶ୍ୱର ଙ୍କ ନିକଟରେ ଜଳଲାଗି କରିଥିଲେ। ତାଙ୍କର ଏପରି ମାନସିକତା ସମାଜ ପାଇଁ ଏକ ପ୍ରେରଣା ହେବା ସହିତ ସମସ୍ତ ଙ୍କର ପ୍ରଶଂସା ର ପାତ୍ର ହୋଇଛନ୍ତି।