Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଭୁବନେଶ୍ୱର, 29/07/2025, ବିକ୍ରମ ଓଡ଼ିଶା ନିୟୁଜ: ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍ ବ୍ୟବହାର ହେବ, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍ ବ୍ୟବହାର ହେବ । ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଟେଣ୍ଡର୍ ମ୍ୟାନେଜମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ AI ଆଧାରିତ ହେବ । ଟେଣ୍ଡର୍ ମ୍ୟାନେଜମେଣ୍ଟକୁ ଅନ୍ଲାଇନ କରିବ ପୂର୍ତ୍ତ ବିଭାଗ । ପୂର୍ବରୁ ୨ ମାସ ଲାଗୁଥିଲା, ଏବେ ଗୋଟିଏ ସପ୍ତାହରେ ହେବ । ଅନ୍ଲାଇନ ଆପ୍ଲିକେସନ୍ କରିବା ପାଇଁ କାମ ଆରମ୍ଭ ହୋଇଛି ।ଯାହାଦ୍ବାରା ଯଥାଶୀଘ୍ର ଆରମ୍ଭ ହୋଇପାରିବ ପ୍ରକଳ୍ପ କାମ । ଆଉ ପ୍ରକଳ୍ପ ଶେଷ ହେବାରେ ବିଳମ୍ୱ ହେବ ନାହିଁ । ଲୋକଙ୍କ ପାଖରେ କମ୍ ସମୟ ଭିତରେ ସେବା ପହଞ୍ଚିପାରିବ । ଏଥିପାଇଁ ଅନଲାଇନ ଆପ୍ଲିକେସନ କରିବା ଦିଗରେ ପଦକ୍ଷେପ ଆରମ୍ଭ କରାଯାଇଛି । ଏ ନେଇ ସୋମବାର ଏକ ରିସର୍ଚ୍ଚ ଟିମ୍ ସହ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି । ତେବେ ପ୍ରକଳ୍ପର ବିଡ୍ ଦାଖଲ ହେଲା ପରେ ବିଡ୍ ଗୁଡ଼ିକର ମୂଲ୍ୟାୟନ କରିବା, ଟେକ୍ନିକାଲ ବିଡ୍ ଏବଂ ଫାଇନାନ୍ସିଆଲର ତୁଳନା କରିବା, ରେସପନସିଭ୍ ବିଡ୍ ଅଛି କି ନାହିଁ ଅନୁଧ୍ୟାନ କରିବା ଓ ଟେଣ୍ଡରର ମୂଲ୍ୟାୟନ ପ୍ରକ୍ରିୟା ସଂପୂର୍ଣ୍ଣ ରୂପେ AI ଆଧାରିତ ସଫ୍ଟଓ୍ବେୟାରରେ ମନିଟର କରିବା ପାଇଁ ଖୁବ୍ଶୀଘ୍ର ନିଷ୍ପତି ନେବାକୁ ଯାଉଛନ୍ତି ସରକାର । ଏହିସବୁ ପ୍ରକ୍ରିୟା ପାଇଁ ଏ ପର୍ଯ୍ୟନ୍ତ ମାନୁଆଲି ହେଉଥିଲା । ଯାହା ଫଳରେ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ହେବା ଠାରୁ ପ୍ରକଳ୍ପ କାମ ଆରମ୍ଭ ହେବା ପର୍ଯ୍ୟନ୍ତ ୪-୫ ମାସ ଲାଗିଯାଉଛି ।ଓଡ଼ିଶାରେ କାମ କରିବାକୁ କଣ୍ଟ୍ରାକ୍ଟର ଡାଟା ବେସ୍ରେ ପଞ୍ଜିକରଣ କରିବେ ବାହାର ଏଜେନ୍ସୀ । ପଞ୍ଜିକରଣ ନକଲେ ଓଡ଼ିଶାରେ କୌଣସି ପ୍ରକଳ୍ପ କାମ କରି ପାରିବେନି ବାହାର କଣ୍ଟ୍ରାକ୍ଟର । ଖୁବଶୀଘ୍ର ଏ ନେଇ ନିଷ୍ପତି ନେବେ ସରକାର ।ପୂର୍ତ୍ତ ବିଭାଗ କାମରେ ଇ- ପ୍ରୋକ୍ୟୁରମେଣ୍ଟ ପ୍ରକ୍ରିୟାକୁ ଅନଲାଇନ୍ କରିବା ସହ ସ୍ୱଚ୍ଛତା ଆଣିବେ ସରକାର । ଏଥିପାଇଁ ପ୍ରକ୍ରିୟା ଚାଲିଛି । ଏହାସହ କେଉଁ ପ୍ରକଳ୍ପର କେତେ କାମ ହୋଇଛି, ସେ ବାବଦରେ ଜାଣିବା ପାଇଁ ପ୍ରୋଜେକ୍ଟ ମନିଟରିଂ ଡ୍ୟାସ୍ବୋର୍ଡ କାମ ମଧ୍ୟ କରାଯାଇଛି ।
