Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଆଲ ଓଡିଶା CRP, CM ଆସୋସିଏସନ ପକ୍ଷରୁ ଚାରି ଦଫା ଦାବି ନେଇ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ ) 3

ଜଗତସିଂହପୁର , 29/07/2025, ବିକ୍ରମ ଓଡ଼ିଶା ନିୟୁଜ: (ଆଲ ଓଡିଶା CRP, CM ଆସୋସିଏସନ ପକ୍ଷରୁ ଚାରି ଦଫା ଦାବି ନେଇ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ )ଜଗତସିଂହପୁର
Article Image
ତା =29/7/25ଅଲ ଓଡିଶା CRP ଓ CM ଆସୋସିସନ ପକ୍ଷରୁ ଚାରିଦଫା ଦାବି ନେଇ ଜ଼ିଲ୍ଲାପାଳ ଙ୍କ ଜରିଆରେ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ଏହି ଉପଲକ୍ଷେ ଶତାଧିକ CRP ଓ CM କର୍ମକର୍ତା ମନେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟରୁ ଏକ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଜ଼ିଲ୍ଲାପାଳ କାର୍ଯ୍ୟାଳୟ ସମୁଖ ରେ ବିକ୍ଷୋଭ ପଦର୍ଶନ କରିଥିଲେ | CRP ଓ CM ମାନଙ୍କର ସିନସେଟିଭ ବନ୍ଦ କରିବା, ମାସିକ ଅଠର ହଜାର ଟଙ୍କା ବେତନ ପ୍ରଦାନ କରିବା, ଅନ ଲାଇନ କାର୍ଯ୍ୟପାଇଁ ଟାବଲେଟ ମେସିନ ପ୍ରଦାନ କରିବା, CRP ଏବଂ CM କର୍ମକର୍ତା ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା, ମାସିକ ବେତନ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରିବା, ସାମାଜିକ ସୁରକ୍ଷା ପ୍ରଦାନ କରିବା, ମାସକୁ ସମସ୍ତ SHG ମାନଙ୍କ ବୈଠକ ସର୍ବନିମ୍ନ ଦୁଇଥର କରିବା ଆଦି ଦାବି ନେଇ ଅଲ ଓଡିଶା CRP ଓ CM ଆସୋସିଏସନ ଜଗତସିଂହପୁର ଜ଼ିଲ୍ଲା କମିଟି ପକ୍ଷରୁ ଜ଼ିଲ୍ଲା ସଭାନେତ୍ରୀ ପାର୍ବତୀ ଦାସ ଙ୍କ ନେତୃତ୍ୱ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶାଖା ଦାସ, ଜ଼ିଲ୍ଲା ସମ୍ପାଦିକା ସନ୍ତୋଷିନୀ ଦାସ, ଆନୱାର ବେଗମ, ବିଜୟ ଲକ୍ଷ୍ମୀ ମହାନ୍ତି, ସରସ୍ବତୀ ପଣ୍ଡା, ମନୋସ୍ମିନୀ ମହାପାତ୍ର, ଭାରତୀୟ ମଜଦୁର ସଂଘ ଜ଼ିଲ୍ଲା ସମ୍ପାଦକ ରାଜୀବ ଲୋଚନ ମହାରଣା, କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଦାସ ପ୍ରମୁଖ ଜ଼ିଲ୍ଲାପାଳ ଙ୍କ ଜରିଆରେ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ