Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ମେଗାମାର୍କ ବ୍ୟବସାୟିକ କେନ୍ଦ୍ର ମ୍ୟାନେଜର ଏବଂ ହାଉସ କିପିଙ୍ଗ କର୍ମଚାରୀ ଙ୍କ ମଧ୍ୟ୍ୟ ରେ ବିବାଦ | 1

ଜଗତସିଂହପୁର , 01/08/2025, ବିକ୍ରମ ଓଡ଼ିଶା ନିୟୁଜ: ମେଗାମାର୍କ ବ୍ୟବସାୟିକ କେନ୍ଦ୍ର ମ୍ୟାନେଜର ଏବଂ ହାଉସ କିପିଙ୍ଗ କର୍ମଚାରୀ ଙ୍କ ମଧ୍ୟ୍ୟ ରେ ବିବାଦ |
Article Image
ଜଗତସିଂହପୁରତା =31/7/25
Article Image
ଜଗତସିଂହପୁର ଜ଼ିଲ୍ଲା ଏରସମା ଥାନା ଠାରୁ ମାତ୍ର ୫ ଶହ ମିଟର ଦୂର ମେଗା ମାର୍କ ବ୍ୟବସାୟିକ କେନ୍ଦ୍ର ର ମ୍ୟାନେଜର ଏବଂ ହାଉସ କିପିଙ୍ଗ କର୍ମଚାରୀ ଙ୍କ ମଧ୍ୟ୍ୟରେ ଘମାଘୋଟ ବାକଯୁଦ୍ଧ ଓ ମାଡିପିଟ ଘଟଣା ସ୍ଥାନୀୟ ଅଞ୍ଚଳ ରେ ଆଲୋଡନ ସୃଷ୍ଟି କରିଛି |ଏଥିନେଇ ଉଭୟ ପକ୍ଷ ଙ୍କ ପକ୍ଷରୁ ଏରସମା ଥାନା ରେ ଭିନ୍ନଭିନ୍ନ ଦୁଇଟି ମକଦମା ରୁଜୁ କରାଯାଇଛି |ଖବର ନେବାରେ ଜଣାଯାଇଛି ମେଗା ମାର୍କ ବ୍ୟବସାୟିକ କେନ୍ଦ୍ର ର ହାଉସ କିପିଙ୍ଗ କର୍ମଚାରୀ ବିଭିନ୍ନ ସମୟରେ ମେଗା ମାର୍କ ବ୍ୟବସାୟିକ କେନ୍ଦ୍ର ରୁ ବିଭିନ୍ନ ସାମଗ୍ରୀ ଚୋରି କରିବା ଓ ବାରମ୍ବାର ଅନୁପସ୍ଥିତ ରହିବା କାରଣ ରୁ ମ୍ୟାନେଜର ହାଉସ କିପିଙ୍ଗ କର୍ମଚାରୀ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ଏହା କୁ କେନ୍ଦ୍ର କରି ମ୍ୟାନେଜର ଏବଂ ହାଉସ କିପିଙ୍ଗ କର୍ମଚାରୀ ଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା | ଏଥିନେଇ ଅପ୍ରିତିକର ପରିସ୍ଥିତି ଉପୁଜିବାରୁ ମ୍ୟାନେଜର ଏବଂ ହାଉସ କିପିଙ୍ଗ କର୍ମଚାରୀ ମଧ୍ୟ୍ୟ ରେ ବାକଯୁଦ୍ଧ ଏବଂ ମାଡପିଟ ଆରମ୍ଭ ହୋଇଥିବା ଏରସମା ଥାନାରେ ମ୍ୟାନେଜର ଅଭିଯୋଗ କରିଥିବା ବେଳେ ହାଉସ କିପିଙ୍ଗ କର୍ମଚାରୀଙ୍କୁ ମ୍ୟାନେଜର ଦରମା ଟଙ୍କା ନଦେବା ଘଟଣାକୁ କେନ୍ଦ୍ର କରି ମ୍ୟାନେଜର ଏବଂ ହାଉସ କିପିଙ୍ଗ କର୍ମଚାରୀ ଙ୍କ ମଧ୍ୟ୍ୟ ରେ ବାକଯୁଦ୍ଧ ଏବଂ ମାଡପିଟ ଘଟଣା କୁ କେନ୍ଦ୍ର କରି ଉତେଜନା ଦେଖାଦେଇଥିଲା ବୋଲି ବିଶେଷ ସୂତ୍ର ରୁ ଖବର ମିଳିଛି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ