Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

CWC କାର୍ଯ୍ୟାଳୟ ରେ ମହିଳା ସଭ୍ୟା ଙ୍କୁ ଅସଦାଚରଣ ଅଭିଯୋଗ 2

ଜଗତସିଂହପୁର , 01/08/2025, ବିକ୍ରମ ଓଡ଼ିଶା ନିୟୁଜ: CWC କାର୍ଯ୍ୟାଳୟ ରେ ମହିଳା ସଭ୍ୟା ଙ୍କୁ ଅସଦାଚରଣ ଅଭିଯୋଗଜଗତସିଂହପୁର
Article Image
ତା =31/7/25ଜଗତସିଂହପୁର ରେ ପୁଣି ଲଜ୍ଜ୍ୟା CWC କାର୍ଯ୍ୟାଳୟରେ CWC ସଭ୍ୟଙ୍କ ଦ୍ବାରା ମହିଳା କୋଡ଼ିନେଟର ଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଜଗତସିଂହପୁର ଥାନାରେ ଅଭିଯୋଗ କଲେ ପୀଡ଼ିତା କର୍ମଚାରୀ ତଥା ପୀଡ଼ିତା କାର୍ଯ୍ୟରତ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ କର୍ମକର୍ତ୍ତା। ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲାରେ ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟ ରେ ଋଚିକା ସମାଜ ମଙ୍ଗଳ ସଙ୍ଗଠନ ନାମକ ସ୍ୱେଶ୍ଚା ସେବୀ ସଙ୍ଗଠନର ଜିଲ୍ଲା କୋଡ଼ିନେଟର ଭାବେ ସଂପୃକ୍ତା ଯୁବତୀ କାର୍ଯ୍ୟ କରି ଆସୁଥିଲେ। ଗତ କିଛି ମାସ ପୂର୍ବରୁ ସେହି କାର୍ଯ୍ୟାଳୟ ରେ କାର୍ଯ୍ୟରତ CWC ସଭ୍ୟ ବିବେକାନନ୍ଦ ବଳ ପୀଡ଼ିତା ଜଣଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ। ପୀଡ଼ିତା ଜଣକ ଏହି ବାବଦରେ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ଅଧିକାରି ଙ୍କୁ ଜଣାଇଥିଲେ। ମାତ୍ର ଦିନକୁ ଦିନ ଅଭିଯୁକ୍ତ ଜଣକ ଯୁବତୀ ଙ୍କୁ ବାରମ୍ବାର ଅଶାଳିନ ବ୍ୟବହାର ଏବଂ ଯୌନ ନିର୍ଯାତନା ଦେଇ ଆସୁଥିବାରୁ ଆଜି ସଙ୍ଗଠନ କର୍ମ କର୍ତ୍ତା ଙ୍କ ସହ ପୀଡ଼ିତା ଯୁବତୀ ଜଣକ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ତେବେ ଆଇନ ନ୍ୟାୟ ଦେବ ବୋଲି କହିଛନ୍ତି ରୁଚିକା ସଙ୍ଗଠନ ଅଧିକାରୀ।
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
Article Image
Byte: ଡ ବେଣୁଧର ସେନାପତି, ରୁଚିକା ଅଧିକାରି