Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପ୍ରଧାନ ଶିକ୍ଷୟତ୍ରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ। 1

କାକଟପୁର, 05/08/2025, ବିକ୍ରମ ଓଡ଼ିଶା ନିୟୁଜ: ପ୍ରଧାନ ଶିକ୍ଷୟତ୍ରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ।କାକଟପୁର-୦୫/୦୮ ପୁରୀ ଜିଲ୍ଲା କାକଟପୁର ବ୍ଳକ ଶିକ୍ଷା ବିଭାଗ ଅଧିନସ୍ଥ ଗମ୍ଭାରୀପଦା  ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବତ୍ସଳା ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଶତପଥିଙ୍କୁ ଶନିବାର ଦିନ ବିଦ୍ୟାଳୟ ପରିସରରେ ସେବା ନିବୃତ ସମ୍ବର୍ଦ୍ଧନା ଦିଆଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ମୁଖ୍ୟ ବକ୍ତା ବ୍ଳକ ଶିକ୍ଷାଧିକାରୀ ରବି ନାରାୟଣ ନନ୍ଦ, ସମ୍ମାନୀତ ଅତିଥି ଶିକ୍ଷାବିତ୍ ବେଣୁଧର ସାହୁ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମିଶ୍ର , କଣ୍ଟାପଡା ଗ୍ରାମପଞ୍ଚାୟତ ସରପଞ୍ଚ ରୀନା ନାୟକ,ସହ ଶିକ୍ଷାଧିକାରୀ ବଂଶୀଧର ମଲ୍ଲିକ,ଭାରପ୍ରାପ୍ତ ସହ ଶିକ୍ଷାଧିକାରୀ ମଲ୍ଲିକ ଜାକିର ହୋସେନ,ସାଧନକେନ୍ଦ୍ର ସଂଯୋଜକ ଦେବାଶିଷ ଶିବ ନାରାୟଣ ପଣ୍ଡା,ପ୍ରାଥମିକ ଶିକ୍ଷକ ସଙ୍ଘର ଉପସଭାପତି ଦୀପ୍ତି କୁମାରୀ ମହାନ୍ତି,ସଂପାଦକ ମୁନିର ଅହମ୍ମଦ ଖାଁ , ମିଳିତ ଶିକ୍ଷକ ସଂଘର ସଭାପତି ଅକ୍ଷୟ କୁମାର ଖୁଣ୍ଟିଆ , କଣ୍ଟାପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଚିତ୍ରା ନନ୍ଦ ଦାଶ , ଏକ୍ସ କାର୍ଡର ଶିକ୍ଷକ ସଂଘର ସଭାପତି ତ୍ରିଲୋଚନ  ବିଶ୍ୱାଳ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମାକାନ୍ତ ନାୟକ ପ୍ରମୁଖ ଯୋଗ ଦେଇ ପ୍ରବୀଣା ଶିକ୍ଷୟତ୍ରୀ ଶ୍ରୀମତୀ ଶତପଥିଙ୍କ କାର୍ଯ୍ୟକାଳ ମଧ୍ୟରେ ଶିକ୍ଷକତା ମାଧ୍ୟମରେ ବହୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରାଇବାରେ ପ୍ରମୁଖ ଯୋଗଦାନ ଥିବା, ତାଙ୍କର ସମୟାନୁବର୍ତ୍ତୀତା,ଶିକ୍ଷା ଦାନ ପଦ୍ଧତି ଓ ଉତ୍ତମ ସହକର୍ମୀ ସ୍ବଭାବ ସବୁଦିନ ପାଇଁ ମନେ ରହିବ ବୋଲି ବକ୍ତାମାନେ ବକ୍ତବ୍ୟରେ ଆଲୋକପାତ କରିଥିଲେ l ସଭା ଶେଷରେ ବିଦ୍ୟାଳୟର  ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀମାନେ ଏକ ବର୍ଣ୍ଣାଢ଼୍ୟପୂର୍ଣ୍ଣ ଶୋଭାଯାତ୍ରାରେ ଉପହାର ଓ ଉପଢ଼ୌକନ ସହ ତାଙ୍କର ପତିସାହି ସ୍ଥିତ ବାସଭବନରେ ସସମ୍ମାନେ ଛାଡିଆସିଥିଲେ l
Article Image