Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବିପୁଳ ପରିମାଣର ଅବୈଧ ମଦ ଓ ଏହାର ଚୋରା ଚାଲାଣରେ ବ୍ୟବହୃତ ୨ ଗୋଟି ଦୁଇଚକିଆ ଯାନ ଜବତ ସମେତ ଦୁଇ ଅଭିଯୁକ୍ତ ଗିରଫ। 1

ଜଗତସିଂହପୁର, 05/08/2025, ବିକ୍ରମ ଓଡ଼ିଶା ନିୟୁଜ: ବିପୁଳ ପରିମାଣର ଅବୈଧ ମଦ ଓ ଏହାର ଚୋରା ଚାଲାଣରେ ବ୍ୟବହୃତ ୨ ଗୋଟି ଦୁଇଚକିଆ ଯାନ ଜବତ ସମେତ ଦୁଇ ଅଭିଯୁକ୍ତ ଗିରଫ।
Article Image
ଜଗତସିଂହପୁର, ୪/୦୮/୨୫:
Article Image
ଅବୈଧ ମଦ ବ୍ୟବସାୟ ଓ ତାହା ସଂପୃକ୍ତ କାର୍ଯ୍ୟକଳାପ ବିରୋଧରେ ନିରନ୍ତର ଭାବେ ସଚେତନ ଓ ସକ୍ରିୟ ଅଭିଯାନ ଗ୍ରହଣ କରିଛି ଜଗତସିଂହପୁର ଅବକାରୀ ବିଭାଗ। ଜିଲ୍ଲା ଅବକାରୀ ବିଭାଗ ତଥା ଅବକାରୀ ଅଧିକ୍ଷୀକା ଅନିତା ପ୍ରଧାନଙ୍କ କଠୋର ଅନୁଶାସନ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୩ ଅଗଷ୍ଟ ତାରିଖରେ, ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ ଦ୍ୱାରା ବାଲିକୁଦା ଥାନା ଅଧୀନ ପଣିତିରା ଛକ ରେ ସଞ୍ଚାଳିତ ଏକ ଅଭିଯାନରେ, ସୁରେନ୍ଦ୍ର ପରିଡ଼ା ନାମକ ବ୍ୟକ୍ତିଙ୍କୁ ଅଟକ କରାଯାଇଥିଲା ଓ ତାଙ୍କ ନିକଟରୁ ୮.୬୪୦ ଲିଟର୍ IMFL (ଭାରତୀୟ ବିଦେଶୀ ମଦ) ଓ ୫.୦୦୦ ଲିଟର୍ ଦେଶୀ ମଦ ସହିତ ଏହି ଅବୈଧ ମଦ କାରବାରରେ ବ୍ୟବହୃତ ଗୋଟିଏ ଦୁଇଚକିଆ ଯାନ ଜବତ କରାଯାଇଛି।ତାହାପରେ ଅଗଷ୍ଟ ୪ ତାରିଖରେ, ଜଗତସିଂହପୁର ଅବକାରୀ ଷ୍ଟେସନ୍ ଦ୍ୱାରା ଜଗତସିଂହପୁର ଥାନା ଅନ୍ତର୍ଗତ ଯୋତ ଛକରେ ଅନୁଷ୍ଠିତ ଅଭିଯାନରେ ଅଜୟ କୁମାର ପ୍ରୁଷ୍ଟି ନାମକ ବ୍ୟକ୍ତିଙ୍କ ନିକଟରୁ ୪.୫୦୦ ଲିଟର୍ IMFL ଜବତ କରାଯିବା ସହିତ ଅବୈଧ ମଦ କାରବାରରେ ବ୍ୟବହୃତ ତାଙ୍କର ଦୁଇଚକିଆ ଯାନ ମଧ୍ଯ ଜବତ କରାଯାଇଛି।ଏହି ଅଭିଯାନଗୁଡିକ ଅବକାରୀ ବିଭାଗର ନିରନ୍ତର ସଚେତନତା, ଯୋଜନାବଦ୍ଧ ପଦକ୍ଷେପ ଓ ଦୃଢ଼ ଇଚ୍ଛାଶକ୍ତିର ପରିଚୟ ଦେଉଛି।