Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପ୍ରାଥମିକ ବିଦ୍ୟାଳୟରେ ଆଭ୍ଯନ୍ତରୀଣ ଅଭିଯୋଗ କମିଟି ଆଇସିସି ଗଠିତ 1

କାକଟପୁର, 05/08/2025, ବିକ୍ରମ ଓଡ଼ିଶା ନିୟୁଜ: ପ୍ରାଥମିକ ବିଦ୍ୟାଳୟରେ ଆଭ୍ଯନ୍ତରୀଣ ଅଭିଯୋଗ କମିଟି ଆଇସିସି ଗଠିତ
Article Image
କାକଟପୁର ୫/୮ ( ତୁଷାର ଦୀକ୍ଷିତ) କାକଟପୁର ଶିକ୍ଷା ମଣ୍ଡଳ ତଥା ଶ୍ରୀଚନ୍ଦନପୁର ଶିକ୍ଷା କ୍ଲଷ୍ଟର ଅଧିନସ୍ତ ତିରିକଣା ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଙ୍କ ସୁରକ୍ଷା ପାଇଁ ସୋମବାର ଦିନ ପ୍ରଧାନ ଶିକ୍ଷକଙ୍କ ଆବାହକରେ ଅନୁଷ୍ଠିତ ଏମ.ଟି.ଏ ବୈଠକରେ ଜିଲ୍ଳା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ ଅନୁଯାଇ 'ଆଭ୍ୟନ୍ତରୀଣ ଅଭିଯୋଗ କମିଟି - ଆଇସିସି' ଗଠିତ ହୋଇଯାଇଛି ।ଏହି ବୈଠକରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଜୁଲାଇ ୨୦୨୫ର ପତ୍ରସଂଖ୍ୟା ୪୨୨୩ ଅନୁଯାଇ ପ୍ରିଜାଇଡିଙ୍ଗ ଅଫିସର ଭାବେ ପଡ଼ୋଶୀ ତୟା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଲିଲି ଦେଈ, ଅନ୍ୟତମ ସଭ୍ୟା ଭାବେ ବିଦ୍ଯାଳୟ ପରିଚାଳନା କମିଟି ସଦସ୍ୟା ନିହାରିକା ନାୟକ, ରୋଷେୟା ସଂଜୁ ବେହେରା, ଏମ.ଟି.ଏ ସଦସ୍ୟା ପୁଷ୍ପିତା ବେହେରା ଓ ମା ଗାୟତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସଂପାଦିକା ଲୋପାମୁଦ୍ରା ବେହେରାଙ୍କୁ ଏସ.ଏଚ.ଜି ସଦସ୍ୟା ଭାବେ ଚୟନ କରାଯାଇ ଥିଲା ।ତତ୍ ସହିତ ଗାଇଡଲାଇନ୍ ଅନୁଯାଇ ଅଙ୍ଗନବାର୍ଡ଼ କର୍ମୀ ଅନ୍ନପୂର୍ଣ୍ଣା ଚାନ୍ଦୁଆ ଓ ଆଶାକର୍ମୀ ପୁଷ୍ପଲତା ସ୍ଵାଇଁଙ୍କୁ ଏହି କମିଟିରେ ମନୋନୀତ କରାଯାଇ ଥିଲା ।କମିଟି ଗଠନର ଉଦ୍ଦେଶ୍ୟ ବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ସୁରକ୍ଷା , ସେମାନଙ୍କ ପାଇଁ ବିଦ୍ୟାଳୟରେ ଶୋଷଣ ମୁକ୍ତ ପରିବେଶ ରହିଛି କି ନାହିଁ ପରିଦର୍ଶନ କରି ପ୍ରସ୍ତାବ ଦେବା ଓ ଆବଶ୍ଯକ ପଡ଼ିଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ଆଦି ଅଟେ ବୋଲି ପ୍ରଧାନ ଶିକ୍ଷକ ଶେଖ୍ ଫଜଲୁର ରହମାନ ଉକ୍ତ କମିଟିକୁ ଜଣାଇଥିଲେ ବୋଲି ପ୍ରକାଶ କରିଛନ୍ତି ।