Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଜରାଜୀର୍ଣ୍ଣ ଅବସ୍ଥା ରେ ଅସ୍ତରଙ୍ଗ ପଞ୍ଚାୟତ ୫ ନମ୍ବର ୱାର୍ଡ ର ରାସ୍ତା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ - ୱାର୍ଡ ସଭ୍ୟ ମନୋଜ ବିଶ୍ଵାଳ 1

ଅସ୍ତରଙ୍ଗ, 05/08/2025, ବିକ୍ରମ ଓଡ଼ିଶା ନିୟୁଜ: ଜରାଜୀର୍ଣ୍ଣ ଅବସ୍ଥା ରେ ଅସ୍ତରଙ୍ଗ ପଞ୍ଚାୟତ ୫ ନମ୍ବରୱାର୍ଡ ର ରାସ୍ତା
Article Image
ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ - ୱାର୍ଡ ସଭ୍ୟ ମନୋଜ ବିଶ୍ଵାଳଅସ୍ତରଙ୍ଗ ୫/୮(ତୁଷାର ଦୀକ୍ଷିତ )ବଦଳିଛି ସରକାର ହେଲେ ବଦଳିନି ଅସ୍ତରଙ୍ଗ ପଞ୍ଚାୟତ ର ୫ ନମ୍ବର ୱାର୍ଡ ର ଭୌଗଳିକ ପରିସ୍ଥିତି ରାଜ୍ୟ ସରକାର ବିଭିନ୍ନ ପଞ୍ଚାୟତ ର ଉନ୍ନତି କରଣ ଉପରେ ଦୃଷ୍ଟି ଦେଉଥିଲା ବେଳେ ବାଦ୍ ପଡ଼ିଛି ଅସ୍ତରଙ୍ଗ ର ଏହି ୫ ନମ୍ବର ୱାର୍ଡ । ସରକାର ପରେ ସରକାର, ପ୍ରଶାସନ ପରେ ପ୍ରଶାସନ ବଦଳୁଛନ୍ତି କିନ୍ତୁ ବଦଳୁନି ଏହି ୱାର୍ଡ ରେ ଥିବା ୱାର୍ଡ ସଭ୍ୟ ମନୋଜ ବିଶ୍ଵାଳ ଙ୍କ ଘର ସାମ୍ନା ଦେଇ ଯାଇଥିବା ରାସ୍ତା ।ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ ପ୍ରଶାସନ କୁ ନିର୍ଦ୍ଧେଶ ଦେଇଛନ୍ତି ମାତ୍ର ପଞ୍ଚାୟତରାଜ ବ୍ୟବସ୍ଥା ରେ ବ୍ଲକ ପ୍ରଶାସନ ଏଥି ପ୍ରତି କେତେ ଦାୟିତ୍ୱ ସମ୍ପର୍ଣ୍ଣ ତାହା ଅସ୍ତରଙ୍ଗ ପଞ୍ଚାୟତ ୫ ନମ୍ବର ୱାର୍ଡ ର ଭୂଗୋଳ ବୟାନ କରୁଛି, ମୁଖ୍ୟତଃ ଅସ୍ତରଙ୍ଗ ପଞ୍ଚାୟତ ୫ ନମ୍ବର ୱାର୍ଡ ସଭ୍ୟ ଙ୍କ ବାସଗୃହ ସମ୍ମୁଖରେ ହାଟଗଳି ରେ ଜମିରହୁଛି ବର୍ଷା ଓ ନର୍ଦ୍ଧମା ଜଳ, ଯାହାକି ଫଳରେ ଏହି ସ୍ଥାନରେ ଯାବତୀୟ ସଂକ୍ରମଣ ରୋଗ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି, ବର୍ଷା ଦିନରେ ଅସ୍ତରଙ୍ଗ ବ୍ଳକ୍ ର ସାପ୍ତାହିକ ହାଟ କୁ ଏହି ରାସ୍ତା ଦେଇ ଅନେକ ଲୋକ ଯାତାୟାତ କରୁଥିବା ବେଳେ ବର୍ତ୍ତମାନ ସେହି ରାସ୍ତା ର ଅବ୍ୟବସ୍ଥା ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ, ସେଠି ବସବାସ କରୁଥିବା ସ୍ଥାନୀୟ ଲୋକ ଏହି କାରଣ ରୁ ଅନେକ ଅସୁବିଧା ର ସମ୍ମୁଖିନ ହେଉଛନ୍ତି, ଏହି ଘଟଣା ଉପରେ ୫ ନମ୍ବର ୱାର୍ଡ ସଭ୍ୟ ମନୋଜ ବିଶ୍ୱାଳ ଙ୍କ ମତାମତ ନେବା ପରେ ସେ କହିଛନ୍ତି ଅନେକ ଥର ଆମେ ବିଭିନ୍ନ ବ୍ଲକ ଅଧକ୍ଷ ଙ୍କୁ ଜଣାଇଲା ପରେ ମଧ୍ୟ ଏହି ରାସ୍ତା ର ଅବସ୍ଥା ରେ ପରିବର୍ତ୍ତନ ହେଉନାହିଁ, ପଲ୍ଲୀ ସଭା ରେ ଆଲୋଚନା ମଧ୍ୟ ବିଫଳ ହୋଇଛି, କୌଣସି ରାଜନୈତିକ ଚକ୍ରାନ୍ତ ମଧ୍ୟ ଥାଇ ପାରେ, ଅନେକ ଦୃଶ୍ୟହୀନ କାରଣ ଆଜି ଆମ ୱାର୍ଡ ର ଏହି ରାସ୍ତାକୁ ମରଣଜନ୍ତା ପକାଇଛି, ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଏହାକୁ ଦୃଷ୍ଟି ଦେଇ ଏହାକୁ ମରାମତି କରାଇଲେ ଆଗାମୀ ଦିନ ରେ ୫ ନମ୍ବର ୱାର୍ଡ ବାସୀ ଚିର ଋଣୀ ହେବେ l