Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କାକଟପୁର ପ୍ରେସ କ୍ଲବ ପକ୍ଷରୁ ଥାନା ନୂଆ ଆଇ, ଆଇ, ସି ଙ୍କୁ ସ୍ୱାଗତ 1

କାକଟପୁର, 06/08/2025, ବିକ୍ରମ ଓଡ଼ିଶା ନିୟୁଜ: କାକଟପୁର ପ୍ରେସ କ୍ଲବ ପକ୍ଷରୁ ଥାନା ନୂଆ ଆଇ, ଆଇ, ସି ଙ୍କୁ ସ୍ୱାଗତ
Article Image
କାକଟପୁର 6/8 ( ତୁଷାର ଦୀକ୍ଷିତ ) କାକଟପୁର ଥାନା ରେ ନୂତନ ଭାବେ ଯୋଗ ଦେଇଥିବା ଆଇ,ଆଇ,ସି ବସନ୍ତ କୁମାର ସାହୁ ପ୍ରଥମେ କାକଟପୁର ବାସିନୀ ମା ମଙ୍ଗଳା ଙ୍କୁ ଦର୍ଶନ କରିବା ପରେ ମଙ୍ଗଳା ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ,ବରିଷ୍ଠ ସେବାୟତ ନଳିନୀ କାନ୍ତ ଦୀକ୍ଷିତ ମା ଙ୍କୁ ଦର୍ଶନ କରାଇ ମାଙ୍କ ଉତ୍ତରୀ ବେକରେ ପକାଇ ସ୍ୱାଗତ କରିବା ପରେ ଥାନା କୁ ଆସି ପୂର୍ବତ୍ତନ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୂ ଙ୍କ ଠାରୁ ଦାଇତ୍ୱ ଭାର ନେଇଛନ୍ତି, ସେହିପରି କାକଟପୁର ପ୍ରେସ କ୍ଲବ ପକ୍ଷରୁ ସଭାପତି କମଳ ଲୋଚନ ଦୀକ୍ଷିତ , ଉପ ସଭାପତି ତୁଷାର ରଂଜନ ଦୀକ୍ଷିତ , ସମ୍ପାଦକ ଆଦିତ୍ୟ କୁମାର ରାଉତ, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ଦୀକ୍ଷିତ , ପ୍ରଶାନ୍ତ ଜେନା , ଭାଗବତ ସ୍ୱାଇଁ , ମାନସ ଦୀକ୍ଷିତ ,ଅକ୍ଷୟ ପ୍ରସାଦ ମହାନ୍ତି , ପ୍ରଭାସ ପୃଷ୍ଟି , ବ୍ରଜ କିଶୋର ସାହୁ ପ୍ରମୁଖ ଯୋଗ ଦେଇ ସନ୍ନମାନ ସୋରୁପ ପୁଷ୍ପ ଗୁଛ ଉତ୍ତରୀୟ ପ୍ରଦାନ କରିଥିଲେ l ରାମଚଣ୍ଡୀ ଥାନା ରୁ ଶ୍ରୀ ସାହୂ ଙ୍କର କାକଟପୁର ଥାନାକୁ ବଦଳି ହୋଇଛି । ବିଗତ ଦିନରେ ପୁରୀ ଜିଲ୍ଲାରେ ବିଭିନ୍ନ ଥାନାରେ ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରି ବେଶ ଲୋକପ୍ରିୟତା ଅର୍ଜନ କରିଥିବା ବେଳେ, ବହୁ ଉଦ୍ଧତ ଙ୍କୁ ସାବାଡ଼ କରିଛନ୍ତି, କାକଟପୁର ଥାନାରେ ଯୋଗ ଦେଵା ପରେ ଅଞ୍ଚରେ ଆନନ୍ଦର ଲହରୀ ଖେଳି ଯାଇଛି।କାକଟପୁର ଅଞ୍ଚରେ ଦୀର୍ଘ ଦିନ ଧରି ମଠମନ୍ଦିରରୁ ଚୋରୀ, ଡକାୟତି, ରାହାଜାନି ଓ ଲୁଟ ଘଟଣା ତାଙ୍କ ପାଇଁ ସର୍ବଦା ପ୍ରାଥମିକତା ରହିବ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏତତ ବ୍ୟତୀତ ଥାନା କୁ ଲିଖିତ ଅଭିଯୋଗ ନେଇ ଅସୁଥିବା ଅସହାୟ ମହିଳା, ବୟସ୍କ ବ୍ୟକ୍ତି ବିଶେଷ ମାନଙ୍କୁ ଉପଯୁକ୍ତ ବ୍ୟବହାର, ନ୍ୟାୟ ଦେବା, ମଙ୍ଗଳା ମନ୍ଦିର ରେ ଶୃଙ୍ଖଳିତ ଯାତ୍ରୀଙ୍କ ଦର୍ଶନ ଉପରେ ଗୁରୁତ୍ତ୍ୱ ରହିବା ସହିତ ଚୋରୀ, ରାହାଜାନି, ଧଳା ଜହର ରେ ସାମିଲ ହେଉଥିବା ଲୋକଙ୍କୁ ସାବାଡ଼ କରାଯିବ,ଏହି କାର୍ଯ୍ୟକ୍ରମ ଖୁବ କମ ଦିନରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି ,
Article Image