Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 07/08/2025, ବିକ୍ରମ ଓଡ଼ିଶା ନିୟୁଜ: ହିରୋ କମ୍ପାନୀ ର ସନି ଅଟୋମୋବାଇଲ ନେଇ ଆସିଛି ନୂଆ ଜୁମ୍ ୧୨୫ମୋଟରସାଇକେଲ୍ ନିର୍ମାତା ହିରୋ କମ୍ପାନୀର ସମ୍ପୂର୍ଣ ନୂତନ ହିରୋ ଜୁମ୍ ୧୨୫ ନେଇ ଆସିବା ମାଧ୍ୟମରେ ୧୨୫ସି ସି ସ୍କୁଟର ସେଗମେଣ୍ଟରେ ଏକ ନୂତନ ଅଧ୍ୟାୟ ଶୁଭାରମ୍ଭ ହୋଇଛି ଜଗତସିଂହପୁର ଦୂର୍ଗାବଜାର ସ୍ଥିତ ଶନି ଅଟୋମୋବାଇଲ ରେ। ଏହି ନୂଆ ବାଇକ କୁ ଶନି ଅଟୋମୋବାଇଲ ର ହରବିନ କୌର କେକ କାଟି ଉନ୍ମୋଚନ କରିଥିଲେ।ପାୱାର, ଷ୍ଟାଇଲ୍ ଏବଂ ପ୍ରଯୁକ୍ତିର ଏକ ଅସାଧାରଣ ମିଳନ ସହିତ ୧୨୫ସି ସି ସ୍କୁଟର ଶ୍ରେଣୀରେ ଜୁମ୍ ୧୨୫ ଏକ ନୂତନ ବେଞ୍ଚମାର୍କ ସ୍ଥାପନ କରିଛି ।

ସମଗ୍ର ଭାରତରେ ନୂତନ ଜୁମ୍ ୧୨୫ ଆକର୍ଷଣୀୟ ଦାମରେ ସମସ୍ତ ହିରୋ ମୋଟୋକର୍ପ ଡିଲରଶିପ ଠାରେ ମିଳୁଛି । ଜିରୋ ୧୨୫ ଭିଏକ୍ସ ୯୩୬୦୦, ୧୨୫ଜେଡ୍ ଏକ୍ସ- , ୯୯୯୯୦ ସମସ୍ତ ମୂଲ୍ୟ ଏକ୍ସ-ଶୋରୁମ । ଜୁମ୍ ୧୨୫ ର ଡିଜାଇନ ଅତ୍ୟନ୍ତ ଆକର୍ଷଣୀୟ । ଏହା ମଧ୍ୟରେ ରହିଛି 'ଆଲସ ଅଫ୍ ଏ ଫାଲକନ୍' ଦ୍ବାରା ପ୍ରେରିତ ଏକ ଚିତ୍ତାକର୍ଷକ ସିଗ୍ନେଚର ପଜିସନ ଲାଇଟ୍ ସହିତ ଏଲ୍ ଇ ଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ । ଏହା ସହିତ ରହିଛି ଫର୍ଷ୍ଟ -ଇନ୍- ସେଗମେଣ୍ଟ ଏଲ୍ ଇ ଡି ସିକ୍ୱେନ୍ସିଆଲ୍ ୱିଙ୍କର୍ସ ଯାହା ରାସ୍ତା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ |ଚଳେଇବାର ସୁବିଧା ଏବଂ ସୁରକ୍ଷା ସର୍ବାଧିକ ସ୍ଥାୟୀତ୍ୱ ପାଇଁ ତିଆରି ଏହି ସ୍କୁଟର ମଧ୍ୟରେ ଚଉଡ଼ା ଟାୟର ସହିତ ୧୪ ଇଞ୍ଚ ବଡ଼ ଚକ, ଲମ୍ବା ହୁଇଲବେସ୍ ଅଛି ଏବଂ ଉତ୍କୃଷ୍ଟ ନିୟନ୍ତ୍ରଣ ଓ ସୁନିଶ୍ଚିତ ବ୍ରେକିଙ୍ଗ ପାଇଁ ଗୋଟିଏ ଫ୍ରଣ୍ଟ ଡିସ୍କ ବ୍ରେକ୍ ମଧ୍ୟ ରହିଛି । ଟର୍ଣ୍ଣ ବାଇ-ଟର୍ଣ୍ଣ ନେଭିଗେସନ୍, ଇବ୍ଲ୍ୟୁମିନେଟେଡ୍ ଷ୍ଟାର୍ଟ ବଟନ୍ ସହ ବ୍ଲୁଟୁଥ ଏନାବେଲ୍ଟ ଡିଜିଟାଲ ସ୍ପିଡୋମିଟର ଏବଂ ଫୋନ ଚାର୍ଜର ସହିତ ଫ୍ରଣ୍ଟ ଗ୍ଲୋଭ ବକ୍ସ ଯାତ୍ରାର ଅଭିଜ୍ଞତାକୁ ଆହୁରି ଉନ୍ନତ କରିଛି।ହିରୋ ଜୁମ୍ ୧୨୫ ଚାରୋଟି ବିଭିନ୍ନ ରଙ୍ଗରେ ମିଳୁଛି। ମ୍ୟାଟ୍ ନିଓନ ଲାଇମ୍, ଇନଫର୍ଡୋ ରେଡ୍, ମ୍ୟାଟ୍ ଷ୍ଟୋର୍ମ ଗ୍ରେ ଏବଂ ମେଟାଲିକ ଟାର୍ବୋ ବ୍ଲୁ ।
ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ