କୁଜଙ୍ଗ , 07/08/2025, ବିକ୍ରମ ଓଡ଼ିଶା ନିୟୁଜ: କୁଜଙ୍ଗରେ ଆଜି ଦୁଃଖଦ ଓ ହୃଦୟ ବିଦାରକ ଘଟଣା ଘଟିଯାଇଛି । ଯାହାକି କୁଜଙ୍ଗ ଅଞ୍ଚଳରେ ରେ ଶୋକର ଛାୟା ଖେଳିଯାଇଛି । Article Image ଘଟଣାରୁ ପ୍ରକାଶ ଯେ ସବୁଦିନ ପରି କୁଜଙ୍ଗ ଥାନା ଅନ୍ତର୍ଗତ ବାଗୋଇ ପଞ୍ଚାୟତ ର ଷଣ୍ଢପୁର ଗ୍ରାମର ସ୍ୱୋର୍ଗତ ରାମ ବିଶ୍ବାଳ ପୁଅ ରାଜକିଶୋର ବିଶ୍ୱାଳ ତାଙ୍କର ଏକମାତ୍ର ଝିଅ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଲୋରି ବିଶ୍ବାଳ କୁ ପାରାଦୀପ ସ୍ଥିତ ଦିଲ୍ଲୀ ପୁବ୍ଲିକ ସ୍କୁଲ କୁ ନିଜ ମୋଟର ସାଇକେଲ ଯୋଗେ ନବା ଆଣିବା କରନ୍ତି । ଆଜି ସ୍କୁଲ ରୁ ଫେରିବା ବେଳେ ସତେ ଯେପରି ଜମ କୋଠିଆସାହି ଗଡାରେ ଜଗି ବସିଥିଲା । ଆଉ ୫ଶହମିଟର ପରେ ଘରେ ପହଞ୍ଚିଥାନ୍ତେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ଏକ ହାଇୱା ଧକ୍କା ରେ ବାପ ଝିଅଙ୍କର ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ କଟକ ପାରାଦୀପ ରାଜ୍ଯ ରାଜପଥକୁ ସ୍ଥାନୀୟ ଜନସାଧାରଣ ବନ୍ଦ ରଖିଛନ୍ତି । କୁଜଙ୍ଗ ଥାନା ପକ୍ଷରୁ ଘଟଣା ଉପରେ ନଜର ରଖାଯାଇଛି ।