Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 08/08/2025, ବିକ୍ରମ ଓଡ଼ିଶା ନିୟୁଜ: ( ଅନ୍ତର୍ଜାତୀୟ ସମବାୟ ବର୍ଷପାଳିତ)ଜଗତସିଂହପୁର,
ତା=8/8/25ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ ସମବାୟ ମନ୍ତ୍ରାଳୟର ପଦକ୍ଷେପ ଓ ବ୍ୟବସାୟର ବିବିଧତା ସମ୍ପର୍କୀୟ ଏକ କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳା କୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ
ଜେ.ସୋନାଲ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ସମବାୟ ସମିତି ସମୂହ ଉପ ନିବନ୍ଧକ ପ୍ରଭାତ ଚନ୍ଦ୍ର ଶତପଥି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡ ଡେପୁଟି ମ୍ୟାନେଜର ବିଦ୍ୟୁତଲତା ବେହେରା | କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଅନନ୍ତ କୁମାର ସାମଲ | ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ରେଶ୍ମାରାଣୀ ସିଂ,ଯୋଗ ଦେଇ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଜଗତସିଂହପୁର ନିୟନ୍ତ୍ରିତ ବଜ଼ାର କମିଟିର ସମ୍ପାଦକ, ସୂର୍ଯ୍ୟକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ