Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଭଉଣୀ ଶାଶୁଙ୍କ ଦଶାହ କର୍ମରେ ଯୋଗ ଦେବାକୁ ଆସି ଭାଈ ର ମୃତ୍ୟୁ, ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା, 1

କୁଜଙ୍ଗ, 10/08/2025, ବିକ୍ରମ ଓଡ଼ିଶା ନିୟୁଜ: ଭଉଣୀ ଶାଶୁଙ୍କ ଦଶାହ କର୍ମରେ ଯୋଗ ଦେବାକୁ ଆସି ଭାଈ ର ମୃତ୍ୟୁ, ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା,ପଙ୍କପାଳ
Article Image
REPOTER - OMM DASକୁଜଙ୍ଗ ତା. ୧୦/୦୮/୨୫ପଙ୍କପାଳ ଅଂଚଳ ର ରବୀନ୍ଦ୍ର ପରିଡା ଙ୍କ ବାଇଶି ବର୍ଷୀୟ ପୁଅ ଦୀପ୍ତି ରଞ୍ଜନ ପରିଡା ଚାନ୍ଦପୁର ରେ ବଡ ଭଉଣୀ ଙ୍କ ଶାଶୁ ର ଦଶାହ କର୍ମ ରେ ଯୋଗ ଦେବାକୁ ଆସିଥିବା ବେଳେ ଅସାବଧାନତା ବଶତଃ ତାଳଦଣ୍ଡା କେନାଲରେ ବୁଡ଼ି ଯାଇଥିଲେ, ଖବର ପାଇ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ପହଂଚି ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ ବି ଉଦ୍ଧାର କରି ପାରି ନ ଥିଲେ, କିଛି ସ୍ଥାନୀୟ ସାହସୀ ଯୁବକ ଖୋଜା ଖୋଜି କରିବା ପରେ ଚାନ୍ଦପୁର ର ଜଣେ ଯୁବକ ଦୀର୍ଘ ସମୟ ଖୋଜିବା ପରେ ଦୀପ୍ତି ରଞ୍ଜନ ର ମୃତ ଦେହ କୁ ଠାବ କରି ପାରିଥିଲେ, ରାକ୍ଷୀ ପୁର୍ଣିମା ରେ ଭଉଣୀ ଘରକୁ ଆସି ଭାଈ ର ଏଭଳି ଅଭାବନୀୟ ମୃତ୍ୟୁ କୁ କେହି ସହଜ ରେ ଗ୍ରହଣ କରି ପାରୁ ନ ଥିବା ବେଳେ, ଉଭୟ ପରିବାର ଓ ସ୍ଥାନୀୟ ଅଂଚଳ ରେ ଦୁଃଖ ର ବାତାବରଣ ଖେଳି ଯାଇଛି, ଉଦ୍ଧାର ପରେ କୁଜଙ୍ଗ ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇ ଘଟଣା ର ଅନୁସନ୍ଧାନ ଜାରି ରଖିଛି।