Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 10/08/2025, ବିକ୍ରମ ଓଡ଼ିଶା ନିୟୁଜ: ବୋଧେଇ ସରପଞ୍ଚ ବିଜେପି ରେ ମିଶିବା ଚର୍ଚ୍ଚା କପୋଳ କଳ୍ପିତ l

ତିର୍ତୋଲ ୯/୮ଜଗତସିଂହପୁର ଜିଲ୍ଲାତିର୍ତୋଲ ବ୍ଲକ ବୋଧେଇ ପଂଚାୟତ ର ସରପଞ୍ଚ ଓ ସରପଞ୍ଚ ପ୍ରତିନିଧିବିଜେପି ରେ ମିଶିବା ଖବର କପୋଳ କଳ୍ପିତ, ବୋଧେଇ ର କିଛି ବିଜେପି କର୍ମୀ ଏକ ମୁହୂର୍ତ୍ତ ର ସୁବିଧା ନେଇ ଅପ ପ୍ରଚାର କରିବା ସହିତ ମିଡ଼ିଆରେ ଖବର ଦେଇ ବୋଧଇ ସରପଞ୍ଚ ଓ ପ୍ରତିନିଧି ବିଜେପି ରେ ସାମିଲୀ କୁ ଖଣ୍ଡନ କରିଛନ୍ତି ସରପଞ୍ଚ ଙ୍କ ପ୍ରତିନିଧି ଅଭିରାମ ଆଚାର୍ଯ୍ୟ lଗତ କିଛିଦିନ ତଳେ ବୋଧଇ ସରପଞ୍ଚ ପ୍ରତିନିଧି ଶ୍ରୀ ଅଭିରାମ ଆଚର୍ଯ୍ୟ ବୋଧଇ ପଂଚାୟତ ର ନୂଆପୋଖରୀ ଠାରେ ନବନିର୍ମିତସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ର ଉଦଘାଟନ ପାଇଁ ସ୍ଥାନୀୟ ଅଂଚଳ ର କିଛି ବିଜେପି ସାମର୍ଥିତ କର୍ମୀଙ୍କ ସହିତ ମାନ୍ୟବର ଶିଳ୍ପ ମନ୍ତ୍ରୀ, ତଥା ପାରାଦ୍ୱୀପ ବିଧାୟକ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କୁ ଅତିଥିଭାବେ ନିମନ୍ତ୍ରଣକରିବାକୁ ଯାଇ ଥିଲେ,ଯେହେତୁ ବୋଧେଇ ପଂଚାୟତ ଟି ପାରାଦ୍ୱୀପନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛିତେଣୁ ମାନ୍ୟବର ମନ୍ତ୍ରୀ ଉଦଘାଟକଅତିଥି ନିମନ୍ତେ ନିମନ୍ତ୍ରଣ ପାଇଁ ଯାଇଥିଲେ, ଏହି ଅନ୍ତରଙ୍ଗ ମୁହୂର୍ତ୍ତ ର ଫଟୋ ଗଣମାଧ୍ୟମ ଦେଇ ସରପଞ୍ଚ ପ୍ରତିନିଧି ବିଜେପିରେ ମିଶିବା କଥା ଆମ ପ୍ରତିନିଧି ଙ୍କୁଜଣାଇ ଖବର ପ୍ରସରଣ ପାଇଁ ନିବେଦନ କରିଥିଲେ, ଆମେ ମଧ୍ୟ୍ୟଫଟୋ ଚିତ୍ର ର ପ୍ରମାଣଙ୍କୁ ଆଧାର କରି ଖବର ପରିବେଷଣ କରିଥିଲୁ,ମାତ୍ର ବୋଧେଇ ସରପଞ୍ଚ ଏହାକୁ ଖଣ୍ଡନ କରିବା ସହ କହିଛନ୍ତି ଯେସେ ସବୁବେଳେ ବିଜେଡିରେ ଅଛନ୍ତି,କେବଳ ପଞ୍ଚାୟତ ର ଉର୍ନତି ଓ ସ୍ୱାସ୍ଥ୍ୟ କେନ୍ଦ୍ର ର ଉଦଘାଟନ ନିମିତ୍ତମାନ୍ୟବର ଶିଳ୍ପ ମନ୍ତ୍ରୀ ଙ୍କୁ ଭେଟିବାକୁଯାଇ ଥିଲୁ ଏ ଭଳି(ବୋଧଇ ସରପଞ୍ଚ ବିଜେପିରେ ମିଶିଲେ) ଖବର ପ୍ରକାଶ କରି ଆମେ ଦୁଃଖିତ l ଶ୍ରୀ ଆଚାର୍ଯ୍ୟ ତାଙ୍କ ପ୍ରତିକ୍ରିୟା ରେକହିଛନ୍ତି ସେ ଏବେ ବି ବିଜୁ ଜନତା ଦଳର ସକ୍ରିୟ ସଦସ୍ୟ ଅଛନ୍ତି, ଓ ରହିବେ l