Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସରଳା ଦେବୀ ସମ୍ମାନରେ ସମ୍ମାନିତା ହେଲେ ସ୍ନେହମୟୀ 1

ତିର୍ତୋଲ, 10/08/2025, ବିକ୍ରମ ଓଡ଼ିଶା ନିୟୁଜ: ସରଳା ଦେବୀ ସମ୍ମାନରେ ସମ୍ମାନିତା ହେଲେ ସ୍ନେହମୟୀତିର୍ତ୍ତୋଲ-୧୦/୮- ନିଃସ୍ଵାର୍ଥପର ସେବା ଓ ତ୍ୟାଗର ପ୍ରତିଦାନ ସ୍ବରୂପ ମିଳିଥାଏ ଅଜସ୍ର ସ୍ନେହ ଶ୍ରଦ୍ଧା ଓ ସମ୍ମାନ। ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟଙ୍କର ସେବା ବ୍ରତ ପରୋପକାର ସମାଜମଙ୍ଗଳ କାର୍ଯ୍ୟଧାରା ମାଧ୍ୟମରେ ବ୍ୟାସ ଫାଉଣ୍ଡେସନ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମୀ ସଙ୍ଗଠନ ଅଳ୍ପ କେତୋଟି ବର୍ଷରେ ସମଗ୍ର ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବହୁ ଘାତ ପ୍ରତିଘାତ ନିନ୍ଦା ଅପମାନକୁ ସହି ସେବାକୁ ଆଧାର କରି ଆଗେଇ ଚାଲିଛନ୍ତି। ବହୁ ସାମାଜିକ ସାଂସ୍କୃତିକ ଓ ସାରସ୍ଵତ ସଂଗଠନ ମାନେ ସ୍ନେହମୟୀଙ୍କୁ ସମ୍ମାନିତ କରିବାରେ ଗୌରବ ଅନୁଭବ କରିଛନ୍ତି। ଜଗତସିଂହପୁର ଜିଲ୍ଲାର ଗୌରବ ତଥା ପ୍ରଥମ ମହିଳା ବିଧାୟିକା ସ୍ଵାଧୀନତା ସଂଗ୍ରାମୀ ସାରସ୍ଵତ ସାଧିକା ବନ୍ହି କନ୍ୟା ସରଳା ଦେବୀଙ୍କର ୧୨୨ ତମ ଜନ୍ମ ଜୟନ୍ତୀ ଯାହା ସରଳା ଦେବୀ ମେମୋରିଆଲ ଟ୍ରଷ୍ଟ ଜଗତସିଂହପୁର ବିକାଶ ପରିଷଦ ସହଭାଗିତାରେ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଆୟୋଜିତ ହୋଇଥିଲା। ମଞ୍ଚାଷିନ ବିଶିଷ୍ଟ ଅତିଥି ଡ଼ଃ ଦିନେଶ ଷଡ଼ଙ୍ଗୀ ପୂର୍ବତନ ମନ୍ତ୍ରୀ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ ସମ୍ମାନିତ ଅଟିଥି ଶ୍ରୀମତୀ ମନୋରମା ବିଶ୍ଵାଳ ମହୋଦୟ ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ବାଲିକୁଦା ଏରସମା ଶ୍ରୀଯୁକ୍ତ ସାରଦା ଜେନା ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦେବୀ ପ୍ରସାଦ ଦାସ ଶ୍ରୀଯୁକ୍ତ ନରେଶ ନାଗଥିହଲି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଶ୍ରୀମତୀ ଆଚାର୍ଯ୍ୟଙ୍କୁ ତାଙ୍କର ସମର୍ପିତ ସେବା ପାଇଁ ମାନପତ୍ର ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ଶ୍ରୀମତୀ ଆଚାର୍ଯ୍ୟ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖଙ୍କୁ ଏପରି ଶ୍ରଦ୍ଧା ସମ୍ମାନ ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସ୍ନେହମୟୀଙ୍କର ଏପରି ସଫଳତା ପାଇଁ ବ୍ୟାସ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ଓ ତାଙ୍କର ସମସ୍ତ ଶୁଭେଚ୍ଛୁ ତାଙ୍କୁ ବଧେଇ ଜଣାଇଛନ୍ତି।
Article Image