Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ମନ୍ଦିର ଚୋରି ଘଟଣା କୁ ୭ ଦିନ ବିତିଲା କିନ୍ତୁ ପୋଲିସ ହାତ ଖାଲି । 1

ତିର୍ତୋଲ, 10/08/2025, ବିକ୍ରମ ଓଡ଼ିଶା ନିୟୁଜ: ମନ୍ଦିର ଚୋରି ଘଟଣା କୁ ୭ ଦିନ ବିତିଲା କିନ୍ତୁ ପୋଲିସ ହାତ ଖାଲି ।
Article Image
ତିର୍ତ୍ତୋଲ-୧୦/୮-(ରିପୋର୍ଟ-ଟୁକନ ସେଠୀ)-ରାଜ୍ୟରେ ଆଇନି ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି ।ରାଜ୍ୟ ସରକାର ଙ୍କ କଥାରେ ନାହଁନ୍ତି ଅଫିସର । ଏହା ଆମେ କହୁନୁ ନିକଟରେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ସ୍ୱୀକାର କରିଛନ୍ତି ଯେ ମନ୍ତ୍ରୀ ଙ୍କ ବୋଲ ମନୁନାହାଁନ୍ତି ଅଫିସର । ସେହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ନରୁଆ ଛକ ଠାରେ । ଦୂର୍ଗା ଙ୍କ ମନ୍ଦିର ଚୋରି ଘଟଣାରେ ଆଜକୁ ପ୍ରାୟ ୭ ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତିର୍ତ୍ତୋଲ ପୋଲିସ ଆସମୀ ପାଖରେ ପହଞ୍ଚିବା ବିଫଳ ହୋଇଛି ତିର୍ତ୍ତଲ ପୋଲିସ । ଗତ ସପ୍ତାହ ରବିବାର ରାତ୍ରି ସମୟରେ ଦୁର୍ଗା ଦେବୀ ଙ୍କର ଅଳଙ୍କାର ସମେତ କଂସା,ପିତଳ ବାସନ କୁସନ ସାଙ୍ଗକୁ ଘଣ୍ଟ ଘଣ୍ଟି ଚୋରି ହୋଇଥିବା ଘଟଣା ରେ ପୋଲିସ ଚୁପ ହେବା ଘଟଣା କୁ ନେଇ ସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଏପରି କି ଜଗନ୍ନାଥପୁର ରେ ରାତିରେ କିଛି ଅପରାଧୀ ଗୋଟେ ନିଛାଟିଆ ଗଛମୂଳେ ବସି ଆଡା କରିଥିବା ବେଳେ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବାପରେ ମଧ୍ୟ ପୋଲିସ ର ନୀରବତା ଦେଖା ଦେଇଛି । ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି ଯେ ପୋଲିସ ଅପରାଧୀ ଙ୍କୁ ଘଣ୍ଟ ଘୋଡାଉଛି କି ?ସେହିପରି ଗତ ବୁଧବାର ଦିନ ଦୁଇ ପହର ରେ ନରୁଆ ଛକରୁ ତୁଳଙ୍ଗ ଅଭିମୁଖେ ଯାଉଥିବା ଏକ ଟାଟା ଏସି ଗାଡି ଚାଳକ କୁ କିଛି ଦୃବୁତ ଅଟକାଇ ଚାଳକ ଙ୍କ ଠାରୁ ଧମକାଇ ଟଙ୍କା ନେବା ପରେ ଛାଡ଼ିଦେଇଥିବା ସୂଚନା ମିଳିଛି । ସେଇ ଦୃବୁତ ଙ୍କ ଘର ସେଇ ପାଖା ପାଖି ହୋଇ ଥାଇ ପାରେ ବୋଲି ଅନୁମାନ କରାଯାଉଛି । ଏହାକୁ ଦେଖି ସ୍ଥାନୀୟ ଲୋକେ ଏବେ ଭୟଭୀତ ରେ ଥିବା ଦେଖା ଯାଉଛି ,କାରଣ ଖୁଲମ ଖୁଲା ଜନଗହଳି ପୂର୍ଣ ବଜାର ରେ ଯଦି ଏଭଳି ଘଟଣା ଘଟେ ତାହାଲେ ସାଧାରଣ ଲୋକଙ୍କ ଘର କେତେ ସୁରକ୍ଷିତ ? ତାହାକୁ ନେଇ ଏବେ ପୋଲିସ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ଲୋକେ ଏହାକୁ ଦେଖି ପୋଲିସ ଉପରେ ଆସ୍ଥା ତୁଟାଇବାକୁ ବସିଲେଣି ବୋଲି ଚର୍ଚ୍ଚା ହେଉଛି । ପୂର୍ବ ସରକାର ସମୟରେ ପୋଲିସ କୁ ଅପରାଧୀ ଙ୍କ ଭୟ ଥିଲାବେଳେ ବର୍ତ୍ତମାନ ର ଡବଲ ଇଞ୍ଜିନ ସରକାର ରେ ତିର୍ତ୍ତୋଲ ପୋଲିସ ର କାର୍ଯ୍ୟ ଦକ୍ଷତା କୁ ନେଇ ସାଧାରଣ ରେ ପ୍ରଶ୍ନବାଚୀ ହୋଇଛି । ଏହାକୁ ଦୃଷ୍ଟିରେ ରଖୀ ଯଦି ଏକ ସପ୍ତାହ ଭିତରେ ପୋଲିସ ଚୋର କୁ ଧରିବାରେ ବିଫଳ ହୁଏ ଅଞ୍ଚଳ ବାସି କାହାକୁ ଭରଷା କରିବେ ବୋଲି ଅଭିଯୋଗ ଆଣିଛନ୍ତି ।