Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 10/08/2025, ବିକ୍ରମ ଓଡ଼ିଶା ନିୟୁଜ: ଶିଖରଘାଟ ବୋଇତ ବନ୍ଦାଣ ଉତ୍ସବ ପାଇଁ ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ନାଉଗାଁ ୧୦/୦୮/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରତିବର୍ଷ ଶିଖରଘାଟ ଠାରେ ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବ୨୦୨୫ ପାଇଁ ଏକ ପ୍ରସ୍ତୁତି ବୈଠକ ସାରେଇକୁଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସର ରେ ପରିଷଦ ର ମୂଖ୍ୟ ଉପଦେଷ୍ଟା ଶ୍ରୀ ଜ୍ୟୋତିଷ ଚନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ର ପ୍ରାରମ୍ଭ ରେ ପରିଷଦ ର ସମ୍ପାଦକ ଅଧ୍ୟାପକ ସରୋଜ କୁମାର ନାୟକ ଗତବର୍ଷ ର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ କୁ ଅଧିକ ବର୍ଣ୍ଣାଢ଼୍ୟ ଓ ଆକର୍ଷଣୀୟ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନେ ବିଭିନ୍ନ ପ୍ରସ୍ତାବ ମାନ ଆଗତ କରିଥିଲେ। ପୂର୍ବ ବର୍ଷମାନଙ୍କ ରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଏ ବର୍ଷ ନାଉଗାଁ ଅଞ୍ଚଳ ର ୨୫ ଜଣ ବରିଷ୍ଠ ନାଗରିକ ଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସ୍ଥିର କରାଯାଇଥିଲା। ଏଥି ସହିତ ବରିଷ୍ଠ ଓ କନିଷ୍ଠ ବର୍ଗ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ କରି ପୁରସ୍କୃତ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା। ଏହି ବୈଠକ ରେ ଉପଦେଷ୍ଟା ନିରଞ୍ଜନ ବେହୁରା, ଉପସଭାପତି ନିରଞ୍ଜନ ମହାନ୍ତି, ପ୍ରକାଶ ରାୟ, ଜ୍ୟୋତି ପ୍ରକାଶ ଲେଙ୍କା, ବେଣୁଧର ସ୍ୱାଇଁ ପ୍ରମୁଖ ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ଆଗତ କରିଥିଲେ। ବୈଠକ ରେ ରାମଚନ୍ଦ୍ର ସ୍ଵାଇଁ, ରଶ୍ମୀରଂଜନ ରାଉତ, ଡ଼ ଅଭୟ ମଲ୍ଲିକ, ନନ୍ଦକିଶୋର ବାରିକ , ବିଜୟ ବାରିକ, ଅନ୍ନସ୍ମିତା ବେହୁରା,ଅନିଲ ମଲ୍ଲିକ, ବିଭୂପଦାରବିନ୍ଦ ପରିଡା ,ଲିପୁ ଦାସ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ। ଆଗାମୀ ସେପ୍ଟେମ୍ବର ମାସ ୭ତାରିଖ ରବିବାର ଦିନ ଏକ ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଥିଲା। ପରିଶେଷ ରେ ଶ୍ରୀ ତ୍ରିଲୋଚନ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।