Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 11/08/2025, ବିକ୍ରମ ଓଡ଼ିଶା ନିୟୁଜ: କଟରା ପଂଚାୟତ ରେ ହର ଘର ତ୍ରିରଙ୍ଗା ପାଇଁ ପ୍ରସ୍ତୁତି ବୈଠକ,
ତିର୍ତୋଲ, ୧୦/୮ ସ୍ୱାଧୀନତା ଦିବସ ରେ ହର ଘର ତ୍ରିରଙ୍ଗା ଶୋଭା ଯାତ୍ରା କରିବା ଲାଗି ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କଟରା ପଂଚାୟତ ରରାଜିବି ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ ପ୍ରସ୍ତୁତି ବୈ ଠକଅନୁଷ୍ଠିତ ହୋଇ ଯାଇଛି, ଏହି ବୈଠକ ରେ ତିର୍ତୋଲ ବିଜେପି ବିଧାୟକ ପ୍ରାର୍ଥୀ ରାଜ କିଶୋର ବେହେରା ସଭାପତିତ୍ୱ କରିଥିଲେ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକସୁବାସ ଚନ୍ଦ୍ର ଜେନା ମଧ୍ୟ୍ୟ ଯୋଗଦେଇଥିଲେ, ସ୍ୱାଧୀନତା ଦିବସରେହର ଘର ତ୍ରିରଙ୍ଗା ଶୋଭା ଯାତ୍ରାବାହାରି କଟରା ପଂଚାୟତ ପରିକ୍ରମା କରିବା ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା, ଏହି ପ୍ରସ୍ତୁତିସଭାରେ କଟରା ପଂଚାୟତ ର ବହୁବିଜେପି କର୍ମକର୍ତା ସର୍ବଶ୍ରୀ ନୃସିଂହ ଚରଣ ଜେନା, ଅଜୟ କାନୁନୁଗୋ, ମନୋରଞ୍ଜନ ଆଚାର୍ଯ୍ୟ, ସୁଶାନ୍ତ ମହାନ୍ତି, ଧୁନ ଚନ୍ଦ୍ର ମଲ ପ୍ରମୁଖ ଯୋଗଦେଇ ଥିଲେ l ତେବେ କଟରାପଂଚାୟତ ର କିଛିକର୍ମୀ ସଭାରେ ଅସନ୍ତୋଷ ପ୍ରକାଶ କରିବାରୁ ବିଧାୟକ ପ୍ରତିନିଧି ସେମାନଙ୍କୁ କହିଥିଲେ ଯେ ଦଳୀୟ କାର୍ଯ୍ୟକ୍ରମ ସରିଲା ପରେ ପଂଚାୟତ ରେ ଏନେଇ ସମାଧାନ କରାଯିବ l