Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କୁଜଙ୍ଗ , 11/08/2025, ବିକ୍ରମ ଓଡ଼ିଶା ନିୟୁଜ: ନିଖିଳ ଉତ୍କଳ ଲେଖିକା ମଞ୍ଚ ତରଫରୁ ସ୍ୱୟଂ ସଂପୂର୍ଣ୍ଣା ପୁସ୍ତକ ଉନ୍ମୋଚନ ଓ କବିତା ପାଠ, ଓଡିଆ ଭାଷା, କଳା ସଂସ୍କୃତି ଓ ସାମାଜିକ ପରମ୍ପରା ଦିନକୁ ଦିନ ଲିପ୍ତ ହେବାକୁ ଯାଉଛି, ଯାହାଦ୍ୱାରା ଯୁବ ପିଢ଼ି ମାନେ ପଥ ଭଷ୍ଟ ହୋଇ ଯୁବ ସମାଜ ଖେତିଗ୍ରସ୍ତ ହେଉଛି, ଆଜିର ଦିନରେ ନାରୀ ଗଣ ଅସୁରକ୍ଷିତ ମନେ କରୁଛନ୍ତି, ଏସବୁକୁ ଆଖି ଆଗରେ ରଖି ଆଜି ନିଖିଳ ଉତ୍କଳ ଲେଖକ ମଞ୍ଚ ଜଗତସିଂହପୁର ଜିଲ୍ଲା ଶାଖା ତରଫରୁ କୁଜଙ୍ଗ ଠାରେ ସ୍ୱୟଂ ସଂପୂର୍ଣ୍ଣା ମୁଖପତ୍ର ନବଜାତକ ଉତ୍ସବ ଏବଂ କବିତା ପାଠ ଓ ସମ୍ବର୍ଦନା କାର୍ଯ୍ୟକ୍ରମ 2025 ପ୍ରଥମ ବାର୍ଷିକ ଅନୁଷ୍ଠିତ ହୋଇଯାଇଅଛି, ଏହି କାର୍ଯ୍ୟକ୍ରମ ଟିକୁ ଉଦ୍ଘାଟନ କରିଥିଲେ ରାଜ୍ୟ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିଖେତ୍ରୀ ଉତ୍କଳ ସାହିତ୍ୟ ସମାଜ ବିବରଣୀ ସଭ୍ୟା ସହିତ ପ୍ରକୃତି ବନ୍ଧୁ ସୌଭାଗିନୀ ରାଏ, ପ୍ରଥମେ ଏକ ସଭାର ଆୟୋଜନ କରାଯାଇ ଅତିଥି ମାନଙ୍କୁ ସଭାରେ ପୁଷ୍ପ ଗୋଛ ଓ ଉତ୍ତରୀୟ ଦେଇ ସଂମାନୀତ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା,ସଭାର ସଭାପତି ହେଲେ ନିଖିଳ ଉତ୍କଳ ଲେଖକ ମଞ୍ଚ ର ସଭାପତି ତଥା ବରିଷ୍ ସାହିତିକା ଡ଼ଃ ବସନ୍ତ ମଞ୍ଜରୀ ଦାସ /ସମ୍ପାଦିକା ବରିଷ୍ଟ ଆଇନୀଜୀବୀ ତଥା ରଜନୀ ଦେବୀ ଜରାଶ୍ରମ ର ଅଧକ୍ଷା ମଞ୍ଜୁଲତା ରାଉତ /ମୁଖ୍ୟ ଅତିଥି ମଧୁସୂଦନ ଆଇନି ବିଶ୍ଵବିଦ୍ୟାଳୟ କଟକ ର କୂଳ ସଚିଵ ନିରୁପମା ସ୍ୱାଇଁ /ମୁଖ୍ୟ ବକ୍ତା ଅଧ୍ୟ୍ୟପିକା ବିନ୍ଦୁପ୍ରିୟା ଦାସ, ଏହି ସଭାରେ ସଂମାନୀତ ଅତିଥି ଗଣ ଡ଼ଃ ଆରତୀ ତ୍ରିପାଠୀ /ସୌଭାଗିନୀ ବେହେରା /ପ୍ରେମ ଲତା ବାରିକ ଓ ଶିକ୍ଷବିତ ଶିବାନୀ ଭଟାଚାର୍ଯ୍ୟ ଗଣ କବିତା ପାଠ ଓ ସମାଜ/ ପରିବେଶ ସହିତ ଅସୁରକ୍ଷିତ ନାରୀ ସମାଜ ଉପରେ ଆଲୋଚନା ହୋଇଥିଲା, ଏହି ଉତ୍ସବରେ ଅତିଥି ମାନଙ୍କୁ ସମ୍ଭର୍ଦନା କରିଥିଲେ ଶ୍ରୀମତୀ ସବିତା ନାୟକ / ସୁଶ୍ରୀ କଳ୍ପନା ପଣ୍ଡା /ଅର୍ପିତା ଦାସ, ଶେଷରେ କାର୍ଯ୍ୟକ୍ରମ ଟିକୁ ଶାନ୍ତି ଶୃଙ୍ଖଳା ସହ ଧନ୍ୟବାଦ ଦେଇ ଶେଷ କରିଥିଲେ ବରିଷ୍ଟ ଆଇନୀଜୀବୀ ତଥା ରଜନୀ ଦେବୀ ଜରାଶ୍ରମ ର ଅଧ୍ୟାକ୍ଷା ସହିତ ସମାଜସେବୀକା ମଞ୍ଜୁଲତା ରାଉତ ଦ୍ୱାରା ସଭା ସାଙ୍ଗ କରାଯାଇଥିଲା,କୁଜଙ୍ଗ ରୁ ସାନୁ ଙ୍କ ରିପୋର୍ଟ

