Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 11/08/2025, ବିକ୍ରମ ଓଡ଼ିଶା ନିୟୁଜ: ( ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଶ୍ରମିକ ଙ୍କୁ ଅଭିନଵ ଉପାୟରେ ଠକେଇ ଅଭିଯୋଗ )ଜଗତସିଂହପୁର

ତା =11/8/25ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି ହେଲେ ତାହା ଜଗତସିଂହପୁର ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ କେତେକ ଲାଞ୍ଚ ଖୋର ବ୍ୟକ୍ତିମାନଙ୍କ ପାଇଁ ସଫଳ ରୂପାୟନ ହୋଇପାରୁନାହିଁ |ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଶ୍ରମିକ ମାନେ ଦୈନଦିନ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସୁବିଧା ନେବାକୁ ଆସି ଶୋଷଣ ର ଶିକାର ହେଉଥିବା ବିଭାଗୀୟ ସଚିବ ଏବଂ ଅଧିକାରୀମାନଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି | ଖବର ନେବାରେ ଜଣାଯାଇଛି ତିର୍ତୋଲ ବ୍ଲକ ପଟିଲୋ ପଞ୍ଚାୟତ ମହିଳୋ ଗ୍ରାମର ପ୍ରସନ୍ନ କୁମାର ଦାସ 2024ମସିହା ଜୁଲାଇ 10ତାରିଖରେ ଝିଅ ସୁମିତ୍ରା ର ବିବାହ କାର୍ଯ୍ୟ ସମାପନ୍ନ କରିଥିଲେ | ପ୍ରସନ୍ନ ର ଶ୍ରମ କାର୍ଡ ଥିବାରୁ ଝିଅ ବାହାଘର ଅନୁଦାନ ରାଶି ପାଇବା ନିମନ୍ତେ ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ର ଡାଟା ଏଣ୍ଟ୍ରି ଅପରେଟର ଙ୍କୁ ଆବଶ୍ୟକୀୟ କାଗଜ ପତ୍ର ପ୍ରଦାନ କରିଥିଲେ | ଡାଟା ଏଣ୍ଟ୍ରି ଅପରେଟର ଝିଅ ବାହାଘର ଅନୁଦାନ ମଞ୍ଜୁର କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଶ୍ରମିକ ପ୍ରସନ୍ନ ଙ୍କ ଠାରୁ ଅର୍ଥ ଦାବି କରିଥିଲେ | ପ୍ରସନ୍ନ ଗ୍ରୁପ ରୁ ହାତ ଉଧାରୀ ଟଙ୍କା ଆଣି ଡାଟା ଏଣ୍ଟ୍ରି କର୍ମଚାରୀ ଙ୍କୁ ପ୍ରଦାନ କରିଥିଲେ | ହେଲେ ୬ ମାସ ବିତିଯାଇଥିଲେ ସୁଦ୍ଧା ଡାଟା ଏଣ୍ଟ୍ରି ଅପରେଟର ବିବାହ ଅନୁଦାନ ରାଶି ମଞ୍ଜୁରୀ କରିନଥିଲେ |ଏଥିନେଇ ଶ୍ରମିକ ପ୍ରସନ୍ନ ଏବଂ ଡାଟା ଏଣ୍ଟ୍ରି ଅପରେଟର ଙ୍କ ମଧ୍ୟ୍ୟରେ ବିବାଦ ଉଗ୍ରରୂପ ନେଇଥିଲା | ଏ ସମ୍ପର୍କ ରେ ପ୍ରସନ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜ଼ିଲ୍ଲାପାଳ, ଉପ ଜ଼ିଲ୍ଲାପାଳ ଆଦି ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି| ଦୁର୍ନୀତି ଖୋର ଡାଟା ଏଣ୍ଟ୍ରି ଅପରେଟର ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ