Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ବଡ଼ଚଣା, 17/06/2025, ବିକ୍ରମ ଓଡ଼ିଶା ନିୟୁଜ: ବଡ଼ଚଣା ବ୍ଲକ ଛତିଆ ପଂଚାୟତର ପଟଣା ବାଲିଯାତ୍ରା ପଡିଆରେ ୩ ଦିନ ବ୍ୟାପି ମହାସମାରୋହରେ ଅନୁଷ୍ଠିତ ରଜ ମହୋତ୍ସବ ଓ ଖାଦ୍ୟ ମେଳାର ଉଦଯାପିତ ହୋଇଯାଇଛି. ପ୍ରଥମ ଦିନ ବୈରୀ ଥାନା ଆଇଆଇସି ଅଂଶୁମାଳା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରଜ ମହୋତ୍ସବକୁ ଉଦଘାଟନ କରିଥିବା ବେଳେ ସକୁନ୍ତଳାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ଦାଶ ଖାଦ୍ୟ ମେଳାର ଉଦଘାଟନ କରିଥିଲେ. ସ୍ଥାନୀୟ ୫/୭ ଖଣ୍ଡି ମୌଜାର ମହିଳା ଓ ଯୁବତୀମାନେ ଆସି ବାଲିଯାତ୍ରା ପଡିଆରେ ବିଭିନ୍ନ ପ୍ରକାରର ଦୋଳି ଖେଳିବା ସହ ଚଟପଟି ଖାଦ୍ୟର ଭରପୁର ମଜା ନେଇଥିଲେ. ଗୌରୀ ଶଙ୍କର ୟୁଥ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ମ୍ୟୁଜିକ୍ ଚେୟାର, ତାସ୍ ଖେଳ, ବେଲୁନ ଗେମସ୍, ଖାଦ୍ୟ ମେଳା ଓ ସାଧାରଣ ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା. ଏହି ରଜ ମହୋତ୍ସବରେ ଉଦଯାପନୀ ସଂଧ୍ୟାରେ ସରପଞ୍ଚ ରମେଶ ପୃଷ୍ଟି ବିଭିନ୍ନ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲେ. ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା. ଅନୁଷ୍ଠାନର ସଭାପତି ସରପଞ୍ଚ ରମେଶ ପୃଷ୍ଟି ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ହରିହର ନାଥ ଧନ୍ୟବାଦ ଅର୍ପଣ କରିଥିଲେ. ହୃଷିକେଶ ନାଥ, ଶ୍ରୀନାଥ ବାଇ, ଜୟଦେବ ନାୟକ, ସନ୍ତୋଷ ବେହେରା, ଆକାଶ ନାୟକ, ହେମନ୍ତ ବାଇ, ଶୁଭମ ରାଉଳଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ.
