Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଘୋଡାଶ ପଜ୍ଞାୟତ ତରଫରୁ ମା ପାଇଁ ଗଛଟିଏ ଅଭିଯାନ ଆରମ୍ଭ। 1

ନାଉଗାଁ, 12/08/2025, ବିକ୍ରମ ଓଡ଼ିଶା ନିୟୁଜ: ଘୋଡାଶ ପଜ୍ଞାୟତ ତରଫରୁ ମା ପାଇଁ ଗଛଟିଏ ଅଭିଯାନ ଆରମ୍ଭ।ନାଉଗାଁ ୧୨/୦୮/ବିକ୍ରମ ଓଡିଶା ନିୟଜୁ,ସାରା ରାଜ୍ୟରେ ଏବେ ମା ପାଇଁ ଗଛଟିଏ ଲଗାଇବା ଅଭିଯାନ ଯେରଦାର ଚାଲିଥିବା ବେଳେ ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଶ ପଜ୍ଞାୟତର ସରପଞ୍ଚ ନିହାର ରଜ୍ଞନ ବସ୍ତିଆ ଏବଂ ପଜ୍ଞାୟତ ସମିତି ସଭ୍ୟ ତରୁଣ କାନ୍ତ ବାରିକ ଙ୍କ ନେତୃତ୍ୱରେ ଉକ୍ତ ପଜ୍ଞାୟତର ଘୋଡାଶ ସ୍ଥିତ ବାସୁଦେବ ସରକାରୀ ଉଚ୍ଚବିଦ୍ୟାଳୟରେ, ଓଡପଏଙ୍ଗା ଗ୍ରାମର ଶ୍ରୀ ଜଗନ୍ନାଥ ଉଚ୍ଚବିଦ୍ୟାଳୟ,ଚାଦଖା ପାଟଣ ଗ୍ରାମର ପ୍ରାଇମେରୀ ସ୍କୁଲ, ଜାମୁଦଣ୍ଡା ଗ୍ରାମର ପଜ୍ଞାୟତ ବିଦ୍ୟାପିଠ, ତୋଟା ପଟଣା ଗ୍ରାମର ପ୍ରାଇମେରୀ ସ୍କୁଲରେ ମା ପାଇଁ ଗଛଟିଏ ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସରପଞ୍ଚ ଶ୍ରୀ ବସ୍ତିଆ ଉକ୍ତ ପଜ୍ଞାୟତକୁ ଏକ ସବୁଜ ପଜ୍ଞାୟତ କରିବା ଉଦ୍ଦେଶ୍ୟ ରଖି ଆଜି ଏକ ହଜାର ଚାରା ଯୋଗାଇବା ସହିତ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏବଂ ପଜ୍ଞାୟତର ମିସନ ଶକ୍ତି ମହିଳା, ଅଙ୍ଗନବାଡ଼ି କର୍ମୀ, ସମାଜ ସେବି ମାନଙ୍କ ସହାୟତାରେ ଚାରା ରେପଣ କରିଥିବା ଦେଖାଯାଇଛି। ଆସନ୍ତା ୫ ଦୀନ ମଧ୍ୟରେ ପଜ୍ଞାୟତର ଅନ୍ୟ ବିଦ୍ୟାଳୟ ପରିସରରେ ମା ପାଇଁ ଗଛଟିଏ ଲଗାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋବ ବୋଲି ସୁଚନା ଦେଇଛନ୍ତି।
Article Image