Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ନାଉଗାଁ ବ୍ଳକରେ ହରଘର ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ। 1

ନାଉଗାଁ, 12/08/2025, ବିକ୍ରମ ଓଡ଼ିଶା ନିୟୁଜ: ନାଉଗାଁ ବ୍ଳକରେ ହରଘର ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ।
Article Image
ନାଉଗାଁ ୧୨/୦୮/ବିକ୍ରମ ଓଡିଶା ନିୟଜୁ ନାଉଗାଁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୧୦ ତାରିଖ ରୁ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ପରିପେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟିର ଜାତୀୟ ପରିଷଦର ସଭ୍ୟ ଉପେନ୍ଦ୍ର ନାଥ ବିଶ୍ୱାଳଙ୍କ ତତ୍ୱବାଧାନରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ନାଉଗାଁ ବ୍ଳକଛକ ନିକଟରୁ ବାହାରି ଶିଖର ସରେଇକୁଳ ପର୍ଯ୍ୟନ୍ତ ଆସିଥିଲା। ଏହି ତ୍ରିରଙ୍ଗା ଯାତ୍ରା ଦ୍ୱାରା ଦେଶ ପ୍ରେମର ଭାବନା ସୃଷ୍ଟି ହେବା ସହିତ ତ୍ରିରଙ୍ଗା ପ୍ରତି ସମସ୍ତଙ୍କ ଆଦର ଓ ସମ୍ମାନ ବଢିବ ବୋଲି ଏହି ଯାତ୍ରର ମୂଳ ଲକ୍ଷ ବୋଲି ଶ୍ରୀ ବିଶ୍ୱାଳ ପ୍ରକାଶ କରିଥିଲେ l ଏହି ଯାତ୍ରାରେ ଉକ୍ତ ବ୍ଲକର ଶତାଧିକ ଭାରତୀୟ ଜନତା ପାର୍ଟିର କର୍ମୀ ମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।