ତିର୍ତୋଲ, 13/08/2025, ବିକ୍ରମ ଓଡ଼ିଶା ନିୟୁଜ: ମହିଳାଙ୍କ ମୃତ୍ୟୁ:ହତ୍ୟା ସନ୍ଦେହ ତିର୍ତ୍ତୋଲ-୧୩/୮-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ (ରାହାମା ରେଳ ଷ୍ଟେସନ ପାଖରେ) ଭଡା ସୂତ୍ରରେ ଦମ୍ପତି ବପୁଜି ସୁତାର ଓ ସୁଶ୍ରୀ ସଂଗୀତା ମହାରଣା(୩୪) ଦୀର୍ଘ ୮ବର୍ଷ ହେବ ରହୁଥିଲେ।ସ୍ୱାମୀ ସ୍ତ୍ରୀ ମଧ୍ୟରେ ପୂର୍ବରୁ ଅନେକ ବାର ମାଡ ପିତ ହୋଇଛି ବୋଲି ପଡୋଶୀ ଓ ପରିବାର ଲୋକେ କହିଛନ୍ତି।ବପୁଜି ପିତା ବାବୁରୀ ଘର ପହଣା, ଓ ସୁଶ୍ରୀ ଙ୍କ ଘର କିଆଣ୍ଡିଙ୍ଗରି ।ମଙ୍ଗଳବାର ରାତିରେ ବପୁଜି ଶଶୁର ଘର (ଅଭୟ ମହାରଣା),ଙ୍କୁ ଫୋନ କରି କହିଥିଲାକି ତୁମ ଝିଅ ବେକରେ ଦଉରୀ ଦେଇଦେଇଛି।ଶଶୁର ଘର ଲୋକେ ପହଁଚିଲା ବେଳକୁ ସୁଶ୍ରୀ ସଂଗୀତା କୁ ଘର ବାରଣ୍ଡାରେ ଶୁଆଇ ବପୁଜି ପାଖରରେ ବସିଥିଲା।ପରେ ଝିଅ ଘର ଲୋକେ ପହଂଚି ମଣିଜଙ୍ଗା ମେଡ଼ିକାଲ କୁ ଆଣିଥିଲେ।ଡାକ୍ତର ସୁଶ୍ରୀ ଙ୍କୁ ମୃତ ଘୋଷଣା କରିଥିଲେ।ତିର୍ତ୍ତୋଲ ପୋଲିସ ମୃତ ଦେହକୁ ବେବଛେଦ ପାଇଁ ପଠାଇବା ସହିତ ତଦନ୍ତ କରୁଥିବାବେଳେ ଝିଅ ଘର ଲୋକେ ତାଙ୍କ ଝିଅକୁ ମାରିଦିଆ ଯାଇଥିବା ଅଭିଯୋଗ କରିଛନ୍ତି।