Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 13/08/2025, ବିକ୍ରମ ଓଡ଼ିଶା ନିୟୁଜ: ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା କୁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କଲେ ଛାତ୍ର ଛାତ୍ରୀ।

ନାଉଗାଁ ୧୩/୮ /ବିକ୍ରମ ଓଡିଶା ନିୟଜୁ ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ରେ ବିଭିନ୍ନ ସମସ୍ୟା କୁ ନେଇ ନାଉଗାଁ ବ୍ଳକ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କଲେ ଛାତ୍ର ଛାତ୍ରୀ l ସୂଚନା ମୁତାବକ ଆଜି ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ଛାତ୍ର ଛତ୍ରୀ ମାନେ ମହାବିଦ୍ୟାଳୟ ର ଅର୍ଦ୍ଧ ନିର୍ମିତ ଶୌଚାଳୟ ତା ସହିତ ମହାବିଦ୍ୟାଳୟ ଗେଟ ନିର୍ମାଣ, ସାଇକଲ ଷ୍ଟାଣ୍ଡ ନିର୍ମାଣ ଓ ବିଭିନ୍ନ ସମସ୍ଯା କୁ ନେଇ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ କିଭଳିଭାବେ ମହାବିଦ୍ୟାଳୟରେ ଥିବା ଅର୍ଦ୍ଧ ନିର୍ମାଣ କାର୍ଯ୍ୟ ଗୁଡିକ ଶୀଘ୍ର ସମାପ୍ତ କରିବା ପାଇଁ ବିଡିଓ ନିରଞ୍ଜନ ପରିଡ଼ା ଙ୍କ ସହିତ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବି ପତ୍ରରେ ଛାତ୍ର ନେତା ଚିନ୍ମୟ ଲେଙ୍କା, ଓମ୍ ପ୍ରକାଶ ବେହୁରା, ସୌଭାଗ୍ୟ ରଞ୍ଜନ ଜେନା, ରୁଦ୍ର ମାଧବ ସ୍ବାଇଁ, ସରୋଜ ସ୍ବାଇଁ,ଅନିମେସ ସ୍ବାଇଁ, ଚିତ୍ରସେନ୍ ପରିଡ଼ା, ବିଶ୍ବଜିତ ଦାସ ପ୍ରମୁଖ ଛାତ୍ରନେତା ମାନେ ଦାବିପତ୍ର ପ୍ରଦାନ କରିବା ସହିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ଯା ସମ୍ପର୍କରେ ଦାବି କରିଥିଲେ। ଅନ୍ୟପଟେ ଏହି ଦାବୀ ଗୁଡିକ ଯଥା ଶୀଘ୍ର ସମାଧାନ କରାଯିବ ବୋଲି ବିଡ଼ିଓ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିସ୍ମୃତି ଦେଇଛନ୍ତି l